ବ୍ରହ୍ମପୁରରେ ଇଦଜୁହା ପର୍ବ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପବିତ୍ର ଇଦଜୁହା । ଏହି ଅବସରରେ ସାରା ବିଶ୍ୱରେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିମାନେ ଆନନ୍ଦ ଉଲ୍ଲାସରେ ଏହି ପର୍ବକୁ ପାଳନ କରିଛନ୍ତି । ଏଥିରୁ ବାଦ ପଡ଼ିନାହିଁ ବ୍ରହ୍ମପୁର ସହର । ଆଜି ବ୍ରହ୍ମପୁର ସହରରେ ମଧ୍ୟ ମୁସଲମାନ ଭାଇମାନେ ଇଦଜୁହା ପାଳନ କରିଛନ୍ତି । ଗାନ୍ଧୀ ନଗର ସ୍ଥିତ ଇଦଗା ପଡିଆ ଓ କାପୁ ସାହି ସ୍ଥିତ ଇଦଗାହା ଠାରେ ସମୁହ ନମାଜ ପାଠ କରିଛନ୍ତି । ବାରାକ୍ସ ବଡ ଇଦଗାହା ପଡିଆରେ ଜାମା ମସଜିଦର ମୁଖ୍ୟ ଇମାମ ଜାନାବ ଆଲାହଜକାରି ମେହେରାଜ ଆଲାମ ନମାଜ ପାଠ କରାଇଥିଲେ । ଏହାସହ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକ ଜଣାଇବା ସହ ଭାଇଚାରା, ଶାନ୍ତି, ଆମ ଦେଶର ଉନ୍ନତି ପାଇଁ ଆଲ୍ଲାଙ୍କ ଠାରେ ପ୍ରାର୍ଥନା କରିଥିଲେ । ମୁସଲମାନ ସମ୍ପ୍ରଦାୟ ପାଇଁ ତ୍ୟାଗ ଓ ବଳିଦାନର ପର୍ବ ହେଉଛି ଇଦ ଜୁହା ପର୍ବ । ତେଣୁ ସମସ୍ତ ମୁସଲମାନ ଭାଇମାନେ ମିଶି ଏହି ପର୍ବକୁ ପାଳନ କରିଥାନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା