

ଵ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପବିତ୍ର ହୋଲି ପର୍ବ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ସାଙ୍ଗ ସାଥି, ପରିବାର ବର୍ଗ ଓ ବନ୍ଧୁ ବାନ୍ଧବଙ୍କୁ ନେଇ ବହୁ ଧୁମ ଧାମରେ ହୋଲି ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁରରେ କଂଗ୍ରେସ ନେତାଙ୍କ ହୋଲି ଉତ୍ସବ ପାଳନ । ବହୁ ହସ ଉଲ୍ଲାସର ସହ ବ୍ରହ୍ମପୁର ସହରର ସବୁ କଂଗ୍ରେସ ନେତାମାନେ ଏକ ପରିବାର ରୂପରେ ମିଶି ମିଠା ଖୁଆ ଖୁଇ ହୋଇ ରଙ୍ଗରେ ରଙ୍ଗେଇ ହୋଇ ହୋଲି ଉତ୍ସବକୁ ନାଚ ଗୀତ ସହ ଖୁବ ଧୁମ ଧାମରେ ପାଳନ କରିଛନ୍ତି । ନିଜେ ରଙ୍ଗୀନ ହୋଇ ଅନ୍ୟମାନଙ୍କୁ ମଧ୍ୟ ରଂଗୀନ କରାଇଛନ୍ତି କଂଗ୍ରେସ କର୍ମୀମାନେ । ଏହି ଅବସରରେ ସବୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

