




ବ୍ରହ୍ମପୁର(ସମୃଦ୍ଧ ଓଡିଶା) ରାହୁଲ ଗାନ୍ଧୀଙ୍କ ଐତିହାସିକ ଭାରତ ଯୋଡ଼ ଯାତ୍ରାର ଏକ ବର୍ଷ ପୃର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ରହ୍ମପୁରରେ ଆଜି ଅପରାହ୍ନରେ ଏକ ବିରାଟ ଶୋଭାଯାତ୍ରା ତଥା ପଦଯାତ୍ରାର ଆୟୋଜନ ହୋଇଥିଲା I ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କଂଗ୍ରେସ କର୍ମୀମାନେ ଯୋଗ ଦେଇ ଥିଲେ I ଏହି ପଦଯାତ୍ରାରେ କଂଗ୍ରେସ କର୍ମୀମାନଙ୍କ ‘କଂଗ୍ରେସ ଜିନ୍ଦାବାଦ ଓ ରାହୁଳ ଗାନ୍ଧୀ ଜିନ୍ଦାବାଦ’ ସ୍ଲୋଗାନରେ ସହର ପ୍ରକମ୍ପିତ ହୋଇ ଉଠିଥିଲା I ଏହି ଶୋଭାଯାତ୍ରା କଂଗ୍ରେସ ଭବନ ଠାରୁ ବାହାରି ରାମଲିଙ୍ଗେଶ୍ୱର ବନ୍ଧ ପର୍ଯ୍ୟନ୍ତ ଯାଇଥିଲା ଏବଂ ସେଠାରେ ଏକ ବିରାଟ ସାଧାରଣ ସଭାର ଆୟୋଜନ ହୋଇଥିଲା I ଏହି ସାଧାରଣ ସଭାରେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା ଏବଂ ଗଞ୍ଜାମ ଜିଲ୍ଲା ପ୍ରଭାରୀ ତଥା ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଦୁର୍ନୀତି ସମ୍ପର୍କରେ ଗର୍ଜନ କରିଥିଲେ I ଏଥିରେ ବହୁଳ ଭାବରେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମୀମାନେ ଯୋଗଦାନ କରିଥିଲେ । କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଐତିହାସିକ ଭାରତ ଯୋଡ ପଦ ଯାତ୍ରା ସଫଳତାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ଏହି ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା I ଏଠାରେ ବିଧାୟକ ରମେଶ ଜେନାଙ୍କ ଭାଷଣ ସୁଣିବାପାଇଁ ବହୁମାତ୍ରାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା l

ରିପୋର୍ଟ : ରଜତ ପଟ୍ଟନାୟକ