



ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ଡାକ୍ତରସ ଫୋରମର ମାସିକ ଆଲୋଚନା ଚକ୍ର ଫୋରମର ସଭାପତି ଅସ୍ତିଶଲ୍ୟ ବିଶେଷଜ୍ଞ ଡାକ୍ତର ଶଙ୍କର୍ଷଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବରେ ବରିଷ୍ଠ ଚିକିତ୍ସା ଅଧିକାରୀ ଡାକ୍ତର ଭଗବାନ ତ୍ରିପାଠୀ ଯୋଗଦେଇ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଆୟୁର୍ବେଦ ଚିକିତ୍ସକ ଡାକ୍ତର ଧବଳେଶ୍ୱର ନାୟକ ଯୋଗଦେଇ Crons Disease ସମ୍ପର୍କରେ ବକ୍ତବ୍ୟ ରଖି ରୋଗର ଉପଚାର, ଲକ୍ଷଣ, ନିଦାନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଡାକ୍ତର ଇନ୍ଦୁଭୂଷଣ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ଡାକ୍ତର ରାମକୃଷ୍ଣ ସାହୁ ସମ୍ପାଦକୀୟ ବିବରଣୀ ପାଠ କରି ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ଆଜିର ଏହି ଆଲୋଚନା ଚକ୍ରରେ ଡାକ୍ତର ସମରେନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଅନୁଷ୍ଠାନର ଉପସଭାପତି ଡାକ୍ତର ଅତୁଲ୍ୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ, ଡାକ୍ତର ପ୍ରଫୁଲ୍ଲ କୁମାର ନାୟକ, ଡାକ୍ତର ଚନ୍ଦ୍ରମଣି ସ୍ୱାଇଁ, ଡାକ୍ତର ଗାନ୍ଧୀ ସାହୁ, ଡାକ୍ତର ବିପିନି ବିହାରୀ ସାହୁ, ଡାକ୍ତର ସୁକାନ୍ତ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା


