








ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁରରେ ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଜୁ ଜନତା ଦଳ ତାଙ୍କୁ ଗଞ୍ଜାମ ଜିଲ୍ଲା ସଭାପତି ରୂପେ ନିଯୁକ୍ତି କରିଥିବାରୁ ଲୋକସଭା ସାଂସଦ ଚନ୍ଦ୍ର ଶେଖର ସାହୁ ,ବିଧାୟକ ବିକ୍ରମ ପଣ୍ଡା ,ତୁମ୍ବୁନାଥ ପଣ୍ଡା ,ସୁବାସ ମହାରଣା ,କିରଣ କୁମାର ପଟ୍ଟନାୟକ ଙ୍କ ସମେତ ବହୁ ବିଜେଡି କର୍ମୀ ତାଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଚ୍ୟାଉ ପଟ୍ଟନାୟକ ୧୯୯୦ ମସିହାରୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ଲଗାତାର ଭାବେ ବିଜୟୀ ହୋଇ ଆସୁଥିଲେ କିନ୍ତୁ ଗତ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରି ନ ଥିଲା । ସାଧାରଣ ଲୋକଙ୍କ ଦାବୀକୁ ନଜରରେ ରଖି ବିଜେଡି ସୁପ୍ରିମୋ ତାଙ୍କୁ ରାଜ୍ୟ ସଭା ଦିଆଯିବ ବୋଲି ସାଧାରଣ ନିର୍ବାଚନ ବେଳେ ଘୋଷଣା କରିଥିଲେ । ପ୍ରାର୍ଥୀ କରା ନ ଗଲେ ମଧ୍ୟ ଚ୍ୟାଉ ପଟ୍ଟନାୟକ କୌଣସି ସ୍ୱାର୍ଥ ଆଖି ଆଗରେ ନ ରଖି ବିଜେଡିକୁ ପୂର୍ଣ ସହଯୋଗ କରିଥିଲେ । ମାତ୍ର ୯୦ରୁ ତାଙ୍କୁ ସହଯୋଗ କରି ଆସୁଥିବା କର୍ମୀ ମାନଙ୍କ ମନ ଫିକା ପଡିଯାଇଥିଲା । ବର୍ତ୍ତମାନ ଅଚାନକ ଜିଲ୍ଲା ସଭାପତି ରୂପେ ତାଙ୍କୁ ନିଯୁକ୍ତି ମିଳିଥିବାରୁ ସାଧାରଣରେ ଖୁସିର ଲହରୀ ଖେଳି ଯାଇଛି । ସେଥିପାଇଁ ଚ୍ୟାଉ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଜଣାଇବା ନିମନ୍ତେ ଜିଲ୍ଲାର କୋଣ ଅନୁକୋଣରୁ କର୍ମୀମାନଙ୍କ ସୁଅ ଛୁଟିଛି । ସାଂସଦ ଓ ବିଧାୟକଙ୍କ ପରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଜେଡିର ଯୁବ ନେତା କିରଣ କୁମାର ପଟ୍ଟନାୟକ ନୂତନ ଜିଲ୍ଳା ସଭାପତି ଚ୍ୟାଉ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । କିରଣ ୧୧୪ ଥର ରକ୍ତ ଦାନ କରି ଅନେକ ରକ୍ତହୀନତା ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହଯୋଗ କରିଥିବାରୁ ଏବଂ ଚ୍ୟାଉ ପଟ୍ଟନାୟକ ପେଷାରେ ଜଣେ ଡାକ୍ତର / ଚିକିତ୍ସକ ହୋଇଥିବାରୁ କିରଣଙ୍କ ପ୍ରତି ସ୍ୱତନ୍ତ୍ର ସ୍ନେହ ଓ ସହାନୁଭୂତି ରହିଥିବା ଅନୁମାନ କରାଯାଉଛି । ସେଥିପାଇଁ ଆଗାମୀ ପୌର ନିର୍ବାଚନରେ କିରଣଙ୍କୁ ପୌର ପରିଷଦର ଅଧକ୍ଷ ରୂପେ ନିର୍ବାଚନରେ ପ୍ରାର୍ଥୀ କରିବାକୁ ମଧ୍ୟ ଦାବୀ ହୋଇଛି ।
ରିପୋର୍ଟ : ଜିଲ୍ଳା ପ୍ରତିନିଧି ନିମାଇଁ ଚରଣ ପଣ୍ଡା