
ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବିଭିନ୍ନ ଦାବୀ ନେଇ ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି, ଦୁର୍ବଳ ଅର୍ଥନୀତି , ଦୁର୍ନୀତି ଓ ବ୍ୟାପକ ଦରବୃଦ୍ଧି ବିରୁଦ୍ଧରେ ଆୟୋଜିତ ଏହି ଗଣଧାରଣରେ କଂଗ୍ରେସର ସାଂସଦ ଓ ବିଧାୟକ ପ୍ରାର୍ଥୀ ମାନଙ୍କ ସମେତ ବହୁ ନେତା ଯୁବ ନେତା ଯୋଗଦେଇଥିଲେ ।
