ବ୍ରହ୍ମପୁରରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜୟୀମାନଙ୍କୁ ପୁରସ୍କାର ବଣ୍ଟନ…

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା) ଗଞ୍ଜାମ ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟଫୁଟବଲଲିଗ.କମ ବ୍ରହ୍ମପୁର ଷ୍ଟାଡିୟମରେ ଗତ ୩ ତାରିଖରୁ ଆରମ୍ଭ ହୋଇ ୧୭ତାରିଖରେ ଶେଷ ହେଲା । ଏଥିରେ ୧୬ଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ କାଶୀରାମ ଫୁଟବଲ କ୍ଳବ ଏବଂ ନଟରାଜ ଫୁଟବଲ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳ ଶେଷ ସୁଦ୍ଧା କୌଣସି ଦଳ ଗୋଲନେଇ ପାରିନଥିଲେ । ଶେଷରେ ପେନାଲଟି ଜରିଆରେ ନଟରାଜ ଫୁଟବଲ ଦଳ ୮-୩ ଗୋଲ ବ୍ୟବଧାନରେ କାଶୀରାମ ଫୁଟବଲ କ୍ଳବକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ରଂଜିତ ପାତ୍ର ରେଫରୀ ଦାୟିତ୍ୱରେ ଥିଲେ । ଅଭିମନ୍ୟୁ ବେହେରା, ବିଜୟ ବେହେରା ଓ ରମେଶ ଚନ୍ଦ୍ର ବେହେରା ସହଯୋଗୀ ରେଫରୀ ଭାବେ କାର୍ଯ୍ୟ କରୁଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ବିଡିଏ ଅଧକ୍ଷ ସୁବାଷ ମହାରଣା, ଯୁବନେତା ବିକ୍ରମ ପଣ୍ଡା, ଜିଲ୍ଲା କ୍ରୀଡା ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ, ଡାକ୍ତର ଏମ ସି ପଢି, ସୀତାରାମ ଚକ୍ରବର୍ତ୍ତୀ ଓ କ୍ରୀଡା ସଂସଦର ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତା ଯୋଗଦେଇ ମହାସମାରୋହରେ ଉଦଯାପନୀ ଉତ୍ସବ ପାଳନ କରିଥିଲେ । ଚମ୍ପିୟାନ ଓ ରନର୍ସ ଦଳକୁ ମୁଖ୍ୟଅତିଥି ଦ୍ୱାରା ପୁରସ୍କୃତ କରାଯାଇଥିଲା । ବେଷ୍ଟ ଗୋଲକିପର ଭାବେ ୟଙ୍ଗ ବୟେସ ଫୁଟବଲ  କ୍ଳବର ନୀଳକଣ୍ଠ ରେଡ୍ଡୀ, ବେଷ୍ଟ ଡିଫେଣ୍ଡର ଭାବେ ମର୍ଣ୍ଣିଙ୍ଗ ଫୁଟବଲ କ୍ଲବର ସାଗର ଚୌଧୁରୀ, ବେଷ୍ଟ ଫରୱାର୍ଡ଼ ଭାବେ କାଶୀରାମ ଫୁଟବଲ କ୍ଲବର ପିଣ୍ଟୁ ବେହେରା ଓ ମ୍ୟାନ ଅଫ ଦି ମ୍ୟାଚ ଭାବେ କାଶୀରାମ ଫୁଟବଲ କ୍ଲବର ଆଶିଷ ବିଶୋୟୀଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା କ୍ରୀଡା ସଂସଦର ଉପେନ୍ଦ୍ର ପଟ୍ଟନାୟକ, ଶରତ ମହାପାତ୍ର, ବସନ୍ତ ପାଣିଗ୍ରାହୀ, ତାରିଣୀ ସାମନ୍ତରା, ଶିଶିର ପାଣିଗ୍ରାହୀ, ଦିବାକର ପାଣିଗ୍ରାହୀ, ଦୁର୍ଗା ପଟ୍ଟନାୟକ, କେଦାର ଚୌଧୁରୀ, ବିଜୟସିଂ ସାମନ୍ତ ପ୍ରମୁଖ ଉଦଯାପନୀ ଉତ୍ସବରେ ଉପସ୍ଥିତ ରହି ପରିଚାଳନା କରିଥିଲେ । କ୍ରୀଡା ସଂସଦର ଉପସଭାପତି ଜଗନ୍ନାଥ ପାଢ଼ୀ ଏହି ଉତ୍ସବରେ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ସମ୍ପାଦକ ବିବରଣୀ ପାଠ କରିଥିଲେ । ପୂର୍ବତନ ଖେଳାଳି ଜି ମନ୍ମଥ ବାବୁ, ବସନ୍ତ ପାଣିଗ୍ରାହୀ, ଏମ ସାଧବାଣୀ, ବ୍ରହ୍ମାନରାୟଣ ସାମନ୍ତରା ପ୍ରମୁଖଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।