
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ଧୁମଧାମରେ ପାଳିତ ହୋଇଯାଇଛି ଭୋଗୀ ପର୍ବ । ମୁଖ୍ୟତଃ ସହରରେ ୫୦ରୁ ୬୦ ପ୍ରତିଶତରୁ ଉର୍ଦ୍ଧ ତେଲୁଗୁ ଭାଷାଭାଷୀର ଜନସାଧାରଣ ବସବାସ କରୁଥିବା ଯୋଗୁଁ ବର୍ଷକର ସବୁଠାରୁ ଏହି ବଡ ପର୍ବକୁ ପାଳନ କରିବାକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି । ଓଡିଶା ମାଟି, ତେଲୁଗୁ ପରମ୍ପରା, ସଂସ୍କୃତିର ଆଦାନ ପ୍ରଦାନରେ ସ୍ୱତନ୍ତ୍ର ନାମରେ ପରିଚିତ ରହିଛି ବ୍ରହ୍ମପୁର । କେବଳ ରେଶମୀ ବସ୍ତ୍ର ନୁହେଁ ବରଂ ସବୁ ଭାଷାଭାଷୀଙ୍କୁ ଆପଣାର କରି ସହରରେ ପାଳିତ ହୋଇ ଯାଇଛି ଭୋଗୀ ପର୍ବ । ତେଲୁଗୁ ଭାଷାଭାଷୀଙ୍କ ଏହି ପର୍ବରେ ସାଥ ଦେଇଥିଲେ ବ୍ରହ୍ମପୁରବାସୀ । ଏକ ବର୍ଷ ଧରି ଅପେକ୍ଷା କରିଥିବା ଶ୍ରଦ୍ଧାଳୁମାନେ ଭୋଗୀ ନିଆଁକୁ ଲଗାଇଥିଲେ । ଭୋଗୀ ଏବଂ ପୋଙ୍ଗଲ ଉତ୍ସବର ପ୍ରଥମ ଦିବସରେ ନବ ଵିଵାହିତାମାନେ ବାପା ଘରକୁ ଆସିଥାନ୍ତି । ଆଉ ନୂତନ ବସ୍ତ୍ର ପିନ୍ଧି ବନ୍ଧୁବାନ୍ଧବମାନେ ସାମିଲ ହୋଇ ନାଚଗୀତ ସହ ନିଷ୍ଠାର ସହ ଏହି ପରମ୍ପରା ପାଳନ କରିଥାନ୍ତି । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଧୁମଧାମରେ ପାଳିତ କରାଯାଇଛି ଭୋଗୀ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

