ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ନିକଟସ୍ଥ ପୁରୁଣା ବ୍ରହ୍ମପୁର ଠାରେ ପ୍ରାୟ ଏକ ମାସ ହେଲା ପାଗଳ ମାଙ୍କଡଙ୍କ ଆତଙ୍କ ଦେଖିବାକୁ ମିଳିଛି । ସେହି ପାଗଳ ମାଙ୍କଡ଼ କାମୁଡ଼ାରେ ୩୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତମାନେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଏହି ଖବର ପାଇ ମାଙ୍କଡ଼ଙ୍କୁ କାବୁ କରିବା ପାଇଁ ବନ ବିଭାଗର କର୍ମଚାରୀଙ୍କ ମାଙ୍କଡ଼ ଧରା ଅଭିଯାନ ଆରମ୍ଭ କରିଛନ୍ତି । ପ୍ରାୟ ମାସେ ହେଲା ଏହି ଅଂଚଳରେ ପାଗଳ ମାଙ୍କଡ଼ଙ୍କ ପ୍ରାଦ୍ୟୁଭାବ ବଢିବାରେ ଲାଗିଛି । ରାସ୍ତା ଘାଟରେ ଯାହାକୁ ଦେଖିଲେ ଗୋଡ଼ାଇ ଗୋଡ଼ାଇ ମାଙ୍କଡ଼ ଲୋକଙ୍କ ହାତ, ଗୋଡ ଓ ମୁହଁରେ କାମୁଡିବା ସହ ଖଣ୍ଡିଆ ଖାବରା କରି ଦେଉଛି । ପୁରୁଣା ବ୍ରହ୍ମପୁର ସ୍ଥିତ ମାର୍ଥାପେଟା ସାହି, ମେଂଟୁ ଛକ, ଲକ୍ଷ୍ମୀନୃସିଂହ ସାହି, କ୍ରିଷ୍ଣାପେଟା ସାହିରେ ମାଙ୍କଡ଼ଙ୍କ ଏହି ପ୍ରଦ୍ୟୁଭାବ ଦେଖିବାକୁ ମିଳିଛି । ଏଣୁ ଲୋକେ ଭୟରେ ବାହାରକୁ ବାହାରି ପାରୁନାହାନ୍ତି । ବନ ବିଭାଗ ମାଙ୍କଡମାନଙ୍କୁ ଧରିବାରେ ବିବିନ୍ନ କୌଶଳ ଆପଣାଇ ଥିଲେ ମଧ୍ୟ ବିଫଳ ହେଉଛି ତେଣୁ ତୁରନ୍ତ ସେମାନଙ୍କୁ ଧରନ୍ତୁ ନଚେତ ଗୁଳିକରି ମାରିଦିଅନ୍ତୁ ବୋଲି ଲୋକମାନେ ଦାବି କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା