ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ୨୮.୧୧.୨୦୧୮ ରିଖ ତାରିଖରୁ ଆମ ରାଜ୍ୟ ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ସ୍ତରୀୟ ପୁରୁଷ ହକି ବିଶ୍ୱ କପରେ ନିଜ ଦେଶର ଭାରତୀୟ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୩ ନଂ ୱାର୍ଡ ବିଜୁ ଯୁବ ବାହିନୀ ତରଫରୁ ସଭାନେତ୍ରୀ ତନ୍ମୟୀ ଦାସଙ୍କ ନେତୃତ୍ୱରେ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଥିଲା । ଏହା ସହିତ ଲୋକମାନଙ୍କ ଦ୍ୱାରା ଖେଳାଳୀମାନଙ୍କ ପାଇଁ ଶୁଭେଚ୍ଛା ଜଣାଇବା ସହ ଦସ୍ତଖତ କରି ପଠାଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର ଶୁଭାରମ୍ଭ କରିଥିଲେ । ଏଥିରେ ସଂଯୋଜକ ହୟଗ୍ରୀବ ଷଡଙ୍ଗୀ , କୋସାଧଖ୍ୟ ନୀଳମାଧବ ମିଶ୍ର , ସ୍ୱାଧୀନ ସାହୁ , ଜଗନ୍ନାଥ ବେହେରା , ପୃଥିବିରାଜ ପାଇକ , ସୁରେଶ ତ୍ରିପାଠୀ , ପ୍ରେମଚାନ୍ଦ ପଟ୍ଟନାୟକ, ପଦ୍ମଲୋଚନ ପଟ୍ଟନାୟକ , ସନାତନ ସାହୁ , ଶିବସଙ୍କର ନାୟକ, ଶୁଭଶ୍ରୀ ଗୌଡ଼ , ନିଲମ ଜେନା , ପ୍ରୀତିମାଳା ବିଶୟୀ, ସୁଜାତା ତ୍ରିପାଠୀ ଓ ଶତାଧିକ ଯୁବକ ଯୁବତୀ ଭାଗ ନେଇଥିଲେ । ସମ୍ପାଦକ ସୁଶୀଲ ସାହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା