

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତାମାନେ ଗରିବ, ଦିନମଜୁରିଆ, ଶ୍ରମିକ ପରିବାରଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟ ସାମଗ୍ରୀ, ମାକ୍ସ, ରେଶନ ସାମଗ୍ରୀ ଆଦି ବଣ୍ଟନ କରୁଥିବା ଜଣାପଡିଛି । ଗେଟ ବଜାର ଲୋଚାପଡ଼ା ଆଦି ଅଂଚଳରେ ଡ଼ାଲି, ଚାଉଳ ଓ ପନିପରିବା ଇତ୍ୟାଦି ମଣ୍ଡଳ ସଭାପତି ଏସ. ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ବଣ୍ଟନ କରାଯାଇଛି । ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ମଧ୍ୟ ଏହି ବଣ୍ଟନ ବେଳେ ଉପସ୍ଥିତ ରହି ତଦାରଖ କରିଥିଲେ । ସେ ବିପିଏଲ କାର୍ଡ ନ ଥିବା କିଛି ଗରିବ ପରିବାରକୁ ରାସନ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା କରିଥିଲେ । ରାସନ ସାମଗ୍ରୀ ବଣ୍ଟନରେ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ. ରାଜେନ୍ଦ୍ର କୁମାର, ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଢଙ୍ଗି, ଭି. ସତୀଶ, କୁନା ଦାସ, ସୁବାସିନୀ ବେହେରା, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଏସ. ରାଣୀ ଆଦି ରହି ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


