

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ଲୋକଙ୍କ ସମସ୍ୟା ବୁଝି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ତଥା ନବନିର୍ବାଚିତ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର । ସୂଚନା ମତାବକ ବ୍ରହ୍ମପୁର ନୀଳାଞ୍ଚଳ ନଗର କାର୍ଯ୍ୟାଳୟରେ କର୍ମୀ, କାର୍ଯ୍ୟକର୍ତ୍ତା, ବିଭିନ୍ନ ସଂଗଠନ ଓ ସାଧାରଣ ଜନତାଙ୍କ ସମସ୍ୟା ଶୁଣିଥିଲେ ଏହାପରେ ସ୍ୱତନ୍ତ୍ର ଭାବରେ ବିଭିନ୍ନ ବୁଦ୍ଧିଜୀବିମାନଙ୍କ ସହ ସାକ୍ଷାତ କରି ଜିଲ୍ଲାରେ କିଭଳି ଆତ୍ମନିର୍ଭର ଯୋଜନାକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ସହ ପ୍ରବାସ ଶ୍ରମର କିଭଳି ହ୍ରାସ ଘଟିବ ସେ ଦିଗରେ ପରାମର୍ଶ ସଂଗ୍ରହ କରି ଫୋରମ ଫର ଗଞ୍ଜାମର ସଦସ୍ୟ ମାନଙ୍କ ସହ ଆଞ୍ଚଳିକ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଦୀର୍ଘ ୮ବର୍ଷ ହେଲା ଭବିଷ୍ୟନିଧି କାର୍ଯ୍ୟାଳୟ ଦ୍ୱାରା ପ୍ରତାରିତ ହୋଇ ଆସୁଥୁବା ଜନସ୍ୱାସ୍ଥ୍ୟ ବିଭାଗର ବ୍ରହ୍ମପୁର ଡିଭିଜନର କର୍ମଚାରୀ ମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆଞ୍ଚଳିକ ଭବିଷ୍ୟନିଧି ନିର୍ଦ୍ଦେଶକଙ୍କ ସହ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ । ନୂଆଁ ଗାଁ ଥାନା ଅଧିକାରୀଙ୍କ ଏକପାଖିଆ କାର୍ଯ୍ୟ ସହ ମନମୂଖୀ କାର୍ଯ୍ୟ ଯୋଗୁଁ ଅଞ୍ଚଳରେ ଉପୁଜୁଥିବା ଆଇନଗତ ବିଶୃଙ୍ଖଳା ସମ୍ପର୍କରେ ବ୍ରହ୍ମପୁର ଆରକ୍ଷୀ ଅଧ୍ୟକ୍ଷକଙ୍କ ସହ ସାକ୍ଷାତ କରି ଅବଗତ କରାଇଥିଲେ । ଏହି ଅବସରରେ ନୀଳାଞ୍ଚଳ ନଗର କାର୍ଯ୍ୟାଳୟ ଠାରେ ଚିକିଟି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କର, ଜିଲ୍ଲା ସଂପାଦକ ରବି ସାହୁ, ମହିଳା ନେତ୍ରୀ ସୁବାଷିନି ପଟ୍ଟନାୟକ, ଶୁଶୀଳା ଅପା, ଗୋଷାଣୀ ନୂଆଁଗାଁ ପୂର୍ବତନ କର୍ପୋରେଟର ନମିତା ପଣ୍ଡା, ଉପସଭାପତି ଶରତ ସାହୁ, ଡାକ୍ତର ଅମୂଲ୍ୟ ଚୌଧୁରୀ, ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ଏନ୍. ରାଜେନ୍ଦ୍ର, କୁକୁଡାଖଣ୍ଡି ଅଞ୍ଚଳର ସମାଜସେବୀ ମହନ୍ତ ଚିନ୍ମୟାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ଉପଢୌକନ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
