

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁରରେ ବିଭିନ୍ନ ଅନୁଷ୍ଠାନ ଓ ପ୍ରତିଷ୍ଠାନ ପକ୍ଷରୁ ଓଡିଶା ମାଟିର ବୀର ପୁତ୍ର ସୁବାସଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଅଲ୍ ଇଣ୍ଡିଆ ଡ଼ିଏସଓ, ଶୌଣ୍ଢିକ ସମାଜ, ପତଞ୍ଜଳୀ, ଗାୟତ୍ରୀ ପରିବାର, ସଂସ୍କାରବାଦୀ, ଗଂଜାମ ଜିଲ୍ଲା ବିକାଶ ମଂଚ, ବରିଷ୍ଠ ନାଗରିକ ମଂଚ, ମହାନଗର ଯୁବ ବିଜେଡ଼ି, ବିଜୁ ଯୁବବାହିନୀ ଆଦି ଅନୁଷ୍ଠାନ ଓ ପ୍ରତିଷ୍ଠାନ ପକ୍ଷରୁ ଆଜି ସହରରେ ଥିବା ନେତାଜୀଙ୍କ ପ୍ରତିମୂର୍ତିରେ ପୁଷ୍ପାମାଲ୍ୟ ଅର୍ପଣ କରିବା ସହ ତାଙ୍କରି ନୀତି ଓ ଆଦର୍ଶ ସଂପର୍କରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଡ଼ିଏସଓ ପକ୍ଷରୁ ଏକ ପ୍ରଭାତଫେରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


