

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଠାରେ ଓଡିଶା ହାଇକୋର୍ଟର ଏକ ସ୍ଥାଇ ବେଞ୍ଚ ଦାବୀରେ ଗଞ୍ଜାମ ଓକିଲ ସଂଘ ତରଫରୁ ଚାଲିଥିବା ଧାରଣାରେ ଦାବୀକୁ ସମର୍ଥନ କରି ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର ପଣ୍ଡା, ଉପଦେଷ୍ଟା ଶିବ ପ୍ରସାଦ ମିଶ୍ର, ସୁଧାଂଶୁ ପଣ୍ଡା, ବିଶ୍ୱ ଦେବା, ସୁଷମା ପଣ୍ଡା, ହାଡିବନ୍ଧୁ ମାଳି, ଭିକାରୀ ବେହେରା, ରବିନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଦାବୀକୁ ସମର୍ଥନ କରିଥିଲା ବେଳେ ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଂଚ, ଗଂଜାମ ଶାଖାର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାହୁ, ସଭାପତି ରଜନୀକାନ୍ତ ମଣ୍ଡଳ, କାମରାଜୁ ମହାରଣା, ମୃତ୍ୟୁଞ୍ଜୟ ତ୍ରୀପାଠି ପ୍ରମୁଖ ଯୋଗଦେଇ ଓକିଲ ସଂଘର ଦାବୀକୁ ସମର୍ଥନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା