

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହିମା ଅଲେଖ ଧର୍ମର ବ୍ରହ୍ମଲୀନ ବ୍ରହ୍ମାବଧୂତ ପୂଜ୍ୟ ପବନାନନ୍ଦ ବାବାଙ୍କ ସ୍ମୃତି ଚାରଣ ମହୋତ୍ସବ ପାଳିତ ହୋଇଯାଇଛି । ସୂଚନା ଅନୁଯାୟୀ ପୂଜ୍ୟ ପବନାନନ୍ଦ ଜୁନ ୧୫, ୨୦୧୯ ରିଖ ଦିନ ଦେହତ୍ୟାଗ କରିଥିଲେ । ଉକ୍ତ ସ୍ମୃତି ଚାରଣ ଉତ୍ସବରେ ଘୃତଯଜ୍ଞ ଓ ଅହନିକ ପ୍ରଭୁ ନାମ ବିଶ୍ୱ ବ୍ରହ୍ମାଣ୍ଡର ମଙ୍ଗଳ ନିମନ୍ତେ କରାଯାଇଥିଲା । ଏହାସହ ସନ୍ଧ୍ୟା ସମୟରେ ଅଲେଖ ସମ୍ବଦ୍ଧିୟ ସ୍ମୃତିଚାରଣ ସଭା, ଜୁଲାଇ ୬ ରିଖ ଶନିବାର ଦିନ ପୂର୍ଣ୍ଣାହୁତି କରାଯାଇଥିଲା । ଆମ୍ବପୁଆ, ବ୍ରହ୍ମପୁର ଅଲେଖ ଜ୍ୟୋତି ମନ୍ଦିର ଓ ଶୁନ୍ୟ ମନ୍ଦିର ଗଞ୍ଜାମର ମହିମା ଅଲେଖ ଧର୍ମର ଧାର୍ମିକ ସ୍ଥାନ । ଗଞ୍ଜାମ ଜିଲ୍ଲା ପାଇଁ ଏହା ଏକ ଗୌରବ । ଏହି ଯଜ୍ଞରେ ସାଧୁ, ସନ୍ଥ, ତ୍ୟାଗୀ, ବୈରାଗୀ ଓ ଶହ ଶହ ରମ୍ଭା, ଖଲ୍ଲିକୋଟ, ଚିକିଟି, ଦିଗପହଣ୍ଡି, ଡ଼େଙ୍ଗାଭସ୍ତା, ବ୍ରହ୍ମପୁର ଓ ଓଡ଼ିଶାର କୋଣ ଅନୁକୋଣରୁ ଆସି ସନ୍ଥମାନେ ଯୋଗ ଦେଇଥିଲେ । ଏହି ଯଜ୍ଞ ପରିଚାଳକ କରିଥିଲେ ବାବା ଜୟରାମ ଓ ସାଧୁ ଧ୍ରୁବାନନ୍ଦ ଦାସ ।
ରିପୋର୍ଟ : ତ୍ରିନାଥ ବେହେରା



