ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଜଗନ୍ନାଥ ପ୍ରସାଦ ବ୍ଳକରେ କାଯ୍ୟରତ ଉପବିଭାଗୀୟ ଅଧିକାରୀ ଅରୁଣ କୁମାର ବେହେରା କାର୍ଯ୍ୟରତ ସମୟରେ କୋରନା ଆକ୍ରାନ୍ତ ଯୋଗୁଁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁର ବଡ଼ ମେଡିକାଲରେ ଭେଂଣ୍ଟି ଲେଟରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସା ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଫଳରେ ଏ ଘଟଣା ସମ୍ପର୍କରେ ଓଡ଼ିଶା ଅମଲା ସଂଘର ସାଧାରଣ ସମ୍ପାଦକ ଗଂଜାମ ଜିଲ୍ଲାପାଳଙ୍କୁ ଏକ ପତ୍ର ଲେଖି ସ୍ୱର୍ଗତ ଶ୍ରୀ ବେହେରାଙ୍କୁ କୋରନା ଯୋଦ୍ଧା ରୂପେ ଘୋଷଣା କରିବାକୁ ନିବେଦନ କରିବା ସହ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଅନୁକମ୍ପା ରାଶି ଅର୍ଥ ପ୍ରଦାନ ପାଇଁ ମଧ୍ୟ ଏଥିରେ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ସୁଦାମ ପାଣିଗ୍ରାହୀ, ସମ୍ପାଦକ ବିଶ୍ୱଜିତ ସାହୁ OSNGOCC ଜିଲ୍ଲା ସାଧାରଣ ସମ୍ପାଦକ କିରଣ କୁମାର ପାଢୀ, ପ୍ରାକ୍ତନ ସଭାପତି ଶୂଳପାଣି ଶତପଥୀ ଓ ଅବସର ପ୍ରାପ୍ତ କର୍ମଚାରୀ ପ୍ରମୁଖ ମଧ୍ୟ ନିବେଦନ କରିଥିବା ଜଣାପଡିଛି ।
ରିପୋର୍ଟ – ନିଲୁ ବିଷୋୟୀ