ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ ଘଟଣା:ଅଭିଯୁକ୍ତ ୩ ଭାଇ ଗଲେ ଜେଲ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ପୋଲିସ ମଙ୍ଗଳବାର ଚକପଡ଼ା ଗ୍ରାମର ୩ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ରଘୁନାଥ ପ୍ରଧାନ, ସୀତାରାମ ଓ ଶିବରାମ । ଅଭିଯୁକ୍ତଙ୍କୁ କେସ ନଂ. ୧୦୦/ ୧୯ରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣରେ କୋର୍ଟଚାଲାଣ କରାଯାଇଛି । ତେବେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ୍‌ଜେଲକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ, ଗତ ରବିବାର ଅଭିଯୁକ୍ତ ୩ ଭାଇ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଚକପଡ଼ା ଗ୍ରାମର କୁରେଶୁ ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । କୁରେଶୁ ନୃସିଂହ ମନ୍ଦିର ପାଖରେ ଛିଡା ହୋଇ ତାଙ୍କ ଡ୍ରାଇଭର ସହିତ କଥା ହେଉଥିବା ବେଳେ ୩ ଭାଇ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଜୀବନ ବିକଳରେ କୁରେଶୁ ଦୌଡି ପଳାଇ ଯାଇଥିଲେ । ଏ ନେଇ ସେ ସୋମବାର ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା