ଥରେ ଜଣେ ଭକ୍ତ ଖୁବ ଚିନ୍ତିତ ଥିଲେ । ତାଙ୍କର ଚିନ୍ତାର କାରଣ ସେ ଭଗବାନଙ୍କୁ ଜଣାଇଲେ ।
ରାତିରେ ଭକ୍ତ ଶୋଇଥିବା ଅବସ୍ଥାରେ ଭଗବାନ ତାଙ୍କୁ ଦେଖା ଦେଲେ ।
“ତୁମେ କାହିଁକି ଏତେ ଚିନ୍ତିତ ରହୁଛ ?” ଭଗବାନ ପଚାରିଲେ ।
ଭକ୍ତ କହିଲେ –“ପ୍ରଭୁ ତୁମର ରଚନାରେ ଏତେ ବ୍ୟତିକ୍ରମ କେମିତି ? “
ଭଗବାନ କହିଲେ, “ମୋ ରଚନାରେ କେବେ ବ୍ୟତିକ୍ରମ ନାହିଁ । କେବଳ ମଣିଷ ନିଜର ବାଟ ବଣା ହୋଇ ଅବ।ଟରେ ଚାଲୁଛି । ମୁଁ ତାକୁ ସବୁବେଳେ ବିକଳ୍ପ ଦେଉଛି, ହେଲେ ସେ ଭୁଲ ବିକଳ୍ପକୁ ବାଛି କରୁଛି । ଯେତେବେଳେ ସେ ଛୋଟ ଶିଶୁ ରହୁଛି ସେତେବେଳେ ସେ ବଡ଼ ହେବାକୁ ଚେଷ୍ଟା କରୁଛି । ବଡ଼ ହେବା ପରେ ସେ ପୁଣି ଶିଶୁ ଅବସ୍ଥାକୁ ଭାଳି ହେଊଛି । ଐଶର୍ଯ୍ୟ ଆରାମ ପାଇଁ ଖୁବ ପରିଶ୍ରମ କରି ଧନ ରୋଜଗାର କରୁଛି ନିଜର ସ୍ୱାସ୍ଥ୍ୟକୁ ବାଜି ଲଗାଇ । ପୁଣି ସେହି ସ୍ୱାସ୍ଥ୍ୟକୁ ବଞ୍ଛାଇବା ପାଇଁ ସବୁ ଧନ ଖର୍ଚ କରୁଛି । ମୋ ରଚନାରେ ସବୁ ଜୀବଜନ୍ତୁ ସମାନ । ମାତ୍ର ମଣିଷ ମସ୍ତିଷ୍କରେ ଯେଉଁ ବୁଦ୍ଧି ଦେଇଛି ତାହା ଅନ୍ୟ ଜୀବଜନ୍ତୁକୁ ଦେଇ ନାହିଁ । ତଥାପି ମଣିଷକୁ ଛାଡି ଅନ୍ୟ ସବୁ ଜୀବଜନ୍ତୁ ଖୁବ ଖୁସିରେ ଜୀବନ କାଟୁଛନ୍ତି । ସେମାନେ ଭବିଷ୍ୟତ ପାଇଁ ବର୍ତ୍ତମାନକୁ ନଷ୍ଟ କରନ୍ତି ନାହିଁ ଯେମିତି ମଣିଷ କରେ । ପଶୁପକ୍ଷୀ ମ।ନେ ସର୍ବଦା ବର୍ତ୍ତମାନ ପାଇଁ ଚିନ୍ତା କରନ୍ତି । ଦିନ ସାରା ନିଜର ବର୍ତ୍ତମାନକୁ ଉପଭୋଗ କରି ରାତ୍ରିରେ ଶାନ୍ତିରେ ନିଦ୍ରା ଯାନ୍ତି । କିନ୍ତୁ ମଣିଷ ଧଳର ଅହଂକାରରେ ବର୍ତ୍ତମାନକୁ ଉପଭୋଗ କରିବାକୁ ଭୁଲି ଭବିଷ୍ୟତ ପାଇଁ ସମୟ ନଷ୍ଟ କରେ ଯେଉଁ ଭବିଷ୍ୟତ କେବେ ମଧ୍ୟ ଆସି ନ ଥାଏ ।”
“ପ୍ରଭୁ ମୁଁ ମୋର ସବୁ ପ୍ରଶ୍ନର ଉତ୍ତର ପାଇଗଲି “–ଭକ୍ତ କହିଲେ । ଏତିକି କହିଲା ବେଳକୁ ଭକ୍ତର ନିଦ ଭାଙ୍ଗି ଗଲା ।