
ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏନ.ଏ.ସିକୁ ସମୂର୍ଣ୍ଣ କୋରାନା ମୁକ୍ତ କରିବା ପାଇଁ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଭଞ୍ଜନଗର ଏନ.ଏ.ସି ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ତତ୍ତ୍ୱାବଧାନରେ ଆଜି କୋଭିଡ଼ ସଚେତନତା ସୃଷ୍ଟି ନିମନ୍ତେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ବିଜ୍ଞାପିତ ଅଂଚଳ ପରିଷଦ କାଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା । ଏହି କାଯ୍ୟକର୍ମରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଏନ.ଏ.ସି କାଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ତହସିଲଦାର ଆଲୋକ କୁମାର ପ୍ରଧାନ ଓ ସମସ୍ତ ଏନ.ଏ.ସି କର୍ମଚାରୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ବହୁ କୋଭିଡ ମନିଟର, ସ୍ଵେଚ୍ଛାସେବୀ, ଛାତ୍ର ଓ ଯୁବ ସମାଜସେବୀ, ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଥିଲେ ।