ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଭଞ୍ଜନଗର ଗ୍ରସ୍ତରେ ଆସି ଭଞ୍ଜନଗର ଏନ.ଏ.ସିର କୋଭିଡ ସଂକ୍ରମଣ ବିଷୟରେ ସମୀକ୍ଷା କରିଛନ୍ତି । କୋଭିଡ ମନିଟର ମାନଙ୍କ ସହ ଆଲୋଚନା କରିବା ସହ କ୍ଵାରେନଣ୍ଟ।ଇନ ରୁ ଆସିଥିବା ଲୋକ ମାନଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ । ଲୋକମାନଙ୍କୁ ସଚେତନ କରାଇବା ସହ କୋରନା ମନିଟରି କମିଟି ଗଠନ କରି ଏନ.ଏ. ସି ଅଞ୍ଚଳରେ କୋରନା ଆକ୍ରାନ୍ତଙ୍କ ତଥ୍ୟ ସଂଗ୍ରହ କରିବା ସହିତ କୋଭିଡ ସମ୍ପର୍କିତ ଅନ୍ୟାନ୍ୟ ଆନୁଷଙ୍ଗିକ କାଯ୍ୟକର୍ମ କରିବାକୁ କହିଥିଲେ । ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ କୋଭିଡ ସ୍ପେଶାଲ ଏଡିଏମ ଵିଶାଲ୍ ସିଂ, ବିଡ଼ିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ ଓ ଏନ.ଏ.ସି ଇଓ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ନିଲୁ ବିଷୋୟୀ