

ଭଞ୍ଜନଗର (ସମୃଦ୍ଧ ଓଡିଶା) ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ଜାତୀୟ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି । ଭଞ୍ଜନଗର ଠାରେ କଂଗ୍ରେସ ଦଳ ପକ୍ଷରୁ ଆଜି ସକାଳ ୭ଟା ଠାରୁ ଦଳୀୟ କର୍ମୀମାନେ ବିଭିନ୍ନ ଛକ ଓ ରାସ୍ତା ଅବରୋଧ କରିଥିଲେ । ଏଥିସହ ପିକେଟିଂ କରି ସମସ୍ତ ଦୋକାନ ବଜାର, ବିଭିନ୍ନ କାର୍ଯ୍ୟାଳୟକୁ ବନ୍ଦ କରିବାରେ ସକ୍ଷମ ହୋଇଥିଲେ । ଏଥିରେ ପିସିସି କୋର କମିଟି ସଦସ୍ୟ ଦେବୀ ବିଷୋୟୀ, ଗତି ମହାପାତ୍ର, ପ୍ରଶାନ୍ତ ବିଷୋୟୀ, ବିଦ୍ୟାଧର ପ୍ରଧାନ, ସି.ପି.ଆଇଏମର ଅଭିମନ୍ୟୁ ଗୌଡ଼, ହରିକୃଷ୍ଣ ସାହୁ ଓ ଅନ୍ୟମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

