ଭଲିଖେଳ ବେଳେ ପ୍ରଧାନ ଶିକ୍ଷକଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଶୋକର ଛାୟା…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ପି.ଶୈଳଙ୍ଗ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୃପଦ ରଇତ ଗତକଲି ହୃଦଘାତରେ ମୃତ୍ୟୁବରଣ କରିଥିବା ଖବର ପାଇ ଶିକ୍ଷକ ସମାଜରେ ଶୋକର ଛାୟା ଖେଲିଯାଇଛି । ସେ ଜଣେ ଆଦର୍ଶ କର୍ମଠ ନିଷ୍ଠାପର ସମୟାନୁବର୍ତ୍ତିତା ପ୍ରଧାନ ଶିକ୍ଷକ ରୂପେ ବ୍ଲକରେ ବେଶ ପରିଚିତ ଥିଲେ । ସେ ଆର.ଉଦୟଗିରି ଅତର ସିଂ ଛକ ନିକଟରେ ଥିବା ଶାନ୍ତି ନଗରରେ ରହୁଥିଲେ । ଗତକାଲି ସନ୍ଧ୍ୟାରେ ନିକଟସ୍ଥ ଖେଳ ପଡିଆରେ ଭଲିବଲ ଖେଳୁଥିବା ବେଳେ ହଠାତ ତଳେ ପଡିଗଲେ । ତାଙ୍କ ସାଙ୍ଗମାନେ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଲେ । ଡାକ୍ତର ନିରଞ୍ଜନ ପୃଥଲ ତାଙ୍କୁ ମୃତ୍ୟୁ ଘୋଷଣା କଲେ । ହୃଦଘାତ ଜନିତ ମୃତ୍ୟୁ ହୋଇଥିବା ଡାକ୍ତର କହିଲେ । ବିଇଓ ବିଶ୍ଵନାଥ ଭୂୟାଁଙ୍କ ସମେତ ବହୁ ବରିଷ୍ଠ ଶିକ୍ଷକ ମେଡିକାଲରେ ପହଞ୍ଚିଥିଲେ । ଏହି ଆଦର୍ଶ ଶିକ୍ଷକଙ୍କ ଅକାଳ ବିୟୋଗ ଖବର ଶିକ୍ଷକ ସମାଜକୁ ଶୋକ।ଭିଭୂତ କରିଦେଇଛି । ତାଙ୍କର ଆମର ଆତ୍ମାର ସଦାଗତି କାମନା କର। ଯାଇଛି ।

                                                  ରିପୋର୍ଟ : କୃଷ୍ଣ ବେହେରା