ରକ୍ଷାର କବଚ ହୋଇଥାଏ ବୋଲି
ନାଁ ପରା ତାର ରାକ୍ଷୀ,
ଆପଦୁ ଉଦ୍ଧାର କରି ହୋଇଥାଏ
ଯୁଗ ଯୁଗ ପାଇଁ ସାକ୍ଷୀ।
ସେହି ରାକ୍ଷୀ ହୁଏ ଭାବର ବନ୍ଧନ
ଘୁଞ୍ଚାଇ ଦିଏ ରାଗ ଦ୍ଵେଷ,
ଭାଇ ଭଉଣୀର ସୁମିଷ୍ଟ କାହାଣୀ
ଭରିଦିଏ ମୁଖେ ହସ।
ପର ଆପଣା,ଶତୃ ମିତ୍ର
ନ ଥାଏ ବାଛ ବିଚାର,
ସୂତା ନୁହେଁ ସେ ତ ଅକ୍ଷୟ କବଚ
ସତ୍ୟ ଏହି ସମୟର।
ଭଉଣୀର ରକ୍ଷା କରିଥାଏ ଭାଇ
ଶୁଭ ମନାସେ ଭାଇର,
କୋଟିଦେବାଦେବୀ ପାଦେ ପୂଜାକରି
ଭରେ ସାତରଙ୍ଗ ସାରା ଜନ୍ମର।
ହସଖୁସିର ଏ ରକ୍ଷା ବନ୍ଧନରେ ସର୍ବେ ହୋଇ ହର୍ଷ ମୁଖ,
ରକ୍ଷାର ବନ୍ଧନ ରକ୍ଷା କବଚକୁ ବାନ୍ଧି
ଭରି ଦେବା ସୁଖ।
ପ୍ରଣତି ମହାପାତ୍ର
ବାଲେଶ୍ଵର