



ଭୁବନେଶ୍ୱର(ସମୃଦ୍ଧଓଡିଶା)ଭାରତ ପରିବାର ଫାଉଂଡେସନ ଦ୍ୱାରା ମହାବୋଧି ସୋସାଇଟି ଭାରତ ଶାଖା ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ମହାଆଡମ୍ବରରେ ପାଳିତ ହୋଇ ଯାଇଅଛି| ଏହିବର୍ଷର ମୁଖ୍ୟବିଷୟ Invest in Women and Accelerate Progress ଶୀର୍ଷକ ଉପରେ ଆଧାରିତ ଥିଲା | ଏହି ବିଷୟ ବସ୍ତୁକୁ ଆଧାର କରି ନାରୀ ସଚେତନତା ସୃଷ୍ଟି, ଉର୍ନତିକୁ ତ୍ୱରାନ୍ୱିତ କରିବା ଓ ସେମାନଙ୍କର ସର୍ବାଙ୍ଗୀନ ଉର୍ନତି(Inclusive Growth ) କରି ସେମାନଙ୍କୁ ବିଭିର୍ଣ୍ଣ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାରଏହା ଏକ ଅଭିନବ ପ୍ରୟାସ ଥିଲା | ସମାଜର ବିଭିର୍ଣ୍ଣ କ୍ଷେତ୍ରରେ ପ୍ରସିଦ୍ଧି ଓ କୃତୀ ଲାଭ କରି ଥିବା ମହିୟସୀ ମହିଳା, ସଫଳ ଶିଳ୍ପ ଦ୍ୟୋଗୀ, ଜ୍ଞାନୀ ତଥା ସମାଜ ସେବିକା ବୃନ୍ଦ ଏହି ସଭାରେ ଅଂଶ ଗ୍ରହଣ କରି ସେମାନଙ୍କର ବକ୍ତବ୍ୟ ରଖି ଥିଲେ | ପ୍ରାରମ୍ଭିକ ସ୍ୱାଗତ ଭାଷଣରେ ଭାରତ ପରିବାର ଫାଉଣ୍ଡେସନର ନିର୍ଦେଶକ ଶ୍ରୀମତୀ ସୋନାଲି ମହାପାତ୍ର ଓ ସହ -ଆୟୋଜକ ସମ୍ପାଦିକା ଶ୍ରୀମତୀ ଗାୟତ୍ରୀ ପୃଷ୍ଟି ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ | ସଂଧ୍ୟାର କାର୍ଯ୍ୟକ୍ରମ କୁ ନାଲକୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର ମୁଖ୍ୟ ଅତିଥି ଓ ଡ୍.ରୋଜାଲିନ ପାଟଶାଣି ମିଶ୍ର ଏବଂ ଡ଼ ଚି ଦାସ ମି କା ଖଟୁଆ ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇ, ଅନ୍ୟାନ୍ୟ ଅତିଥିବୃନ୍ଦ, ସମାଜ ସେବିକା ଓ ଉପସ୍ଥିତ ମହିଳା ପ୍ରେମୀ ମାନଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ | ମୁଖ୍ୟ ଅତିଥି ଶ୍ରୀମତୀ ପାତ୍ର ତାଙ୍କ ଅଭିଭାଷଣରେ ନାରୀ ମାନଙ୍କର ଉର୍ନତିର ବିଭିର୍ଣ୍ଣ ଦିଗ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ସେମାନେ କିପରି ସମୟ କ୍ରମେ ଅଧିକ ସକ୍ରିୟ ହୋଇ ଆଗକୁ ବଢ଼ି ପାରିବେ ତା ଉପରେ ବକ୍ତବ୍ୟ ରଖିଥିଲେ | ଡ଼ ଖଟୁଆ ଓ ଡ଼ ରୋଜାଲିନ ପାଟଶାଣୀ ମିଶ୍ର ନାରୀ ସଶସ୍ତି କରଣ, ଲିଙ୍ଗ ଗତ ସମାନତା ଓ ମହିଳା ମାନଙ୍କ ଉପରେ ହେଉଥିବା ଅସମନତା ଉପରେ ଆଲୋଚନା କରିଥିଲେ|ଏତଦ ବ୍ୟତୀତ ବିଭିର୍ଣ୍ଣ ବିଷୟରେ ବିଶେଷ ଆଲୋଚନା ପାଇଁ ଚାରି ଗୋଟି ପାନେଲ ସେସନର ଆୟୋଜନ କରାଯାଇ ବିଶେଷ ଆଲୋଚନା କରା ଯାଇଥିଲା | ଉକ୍ତ ସେସନ ଗୁଡିକରେ ଡ଼ ଆଦ୍ୟାଶାଦାସ, ଡ଼ ରୋଜାଲିନ ପାଟଶାଣୀ ମିଶ୍ର, ଡ଼ ଚିଦାସମିକା ଖଟୁଆ, ସୁନିତା ମହାନ୍ତି, ଡ଼ ଜୟଶ୍ରୀ ମହାପାତ୍ର, ଡ଼ ଶୁଚିସ୍ମିତା ପୃଷ୍ଟି, ଶାଶ୍ଵତୀ ମିଶ୍ର ଇତ୍ୟାଦି ଅଂଶ ଗ୍ରହଣ କରି ଆଲୋଚ୍ୟ ବିଷୟ ଉପରେ ସେମାନଙ୍କର ମତାମତ ଉପସ୍ଥାପନା କରିଥିଲେ |ଏଥୁ ଅନ୍ତେ ଭାରତ ପରିବାର ତରଫ ରୁ ବିଭିର୍ଣ୍ଣ କ୍ଷେତ୍ରରେ ପାରଦର୍ଶିତା ଓ ଉଲ୍ଲେଖନୀୟ ଅବଦାନ ପାଇଁ କାର୍ଯ୍ୟ କରୁଥିବା ମହିଳା ଓ ଅନୁଷ୍ଠାନ ମାନଙ୍କୁ ଚିହ୍ନିତ କରିପ୍ରାୟ୨0ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା | ଯୋଗ ଦେଇ ଥିବା ସମସ୍ତ ଦର୍ଶକ ଓ ଶ୍ରୋତାମାନଙ୍କ ମନୋରଞ୍ଜନ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା | ଶ୍ରୀ ଅଶୋକ କୁମାର ମହାପାତ୍ର ନିର୍ଦେଶକ ଧନ୍ୟବାଦ ଅର୍ପଣ କରି ଥିଲେ |
ରିପୋର୍ଟ : ରଜତ ମହାପାତ୍ର