ଭାରତ ମସଲା ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର : ୪୦୦ ଜଣଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

କଟକ(ସମୃଦ୍ଧଓଡିଶା):ସାମାଜିକ ଦାୟିତ୍ଵବୋଧତା କୁ କମ୍ପାନୀର କର୍ତ୍ତବ୍ୟ ଭାବେ ଦୀର୍ଘ ୨୫ ବର୍ଷ ଧରି ସମ୍ପାଦନ କରି ଆସୁଥିବା ଭାରତ ମସଲା ପକ୍ଷରୁ ଆଜି ଏକ ମେଗା ସ୍ୱାସ୍ଥ୍ୟ ଶିବିର ବାରଙ୍ଗସ୍ଥିତ ରାମଦାସ ପୁର କମ୍ପାନୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ସ୍ୱାସ୍ଥ୍ୟ ଶିବିରକୁ ଭାଜପାର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ, ଆମେ ସମସ୍ତେ ବଞ୍ଚିବାପାଇଁ ଖାଉଛେ। ସ୍ୱାସ୍ଥ୍ୟକର ଖାଦ୍ୟ ଆମକୁ ନିରୋଗ ରଖିବା ସହ ଦୀର୍ଘାୟୁ କରିଥାଏ। ଶରୀର କିଭଳି ସୁସ୍ଥ ରହିବ ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ବିଭିନ୍ନ ପରୀକ୍ଷା ମାଧ୍ଯମରେ ଶରୀରକୁ କେଉଁ ରୋଗ ଆକ୍ରାନ୍ତ କରିଛି ତାର ପ୍ରତିଷେଧକ ଚିକିତ୍ସା କରାଇନେବା ଜରୁରୀ। ଯେଉଁ କାର୍ଯ୍ୟକୁ ଆଜି ଭାରତ ମସଲା କମ୍ପାନୀ ତାର କର୍ମଚାରୀ ଓ ଆଖପାଖ ଅଞ୍ଚଳର ଲୋକମାନଙ୍କ ପାଇଁ କରାଇଆସୁଛନ୍ତି । ମାଗଣାରେ ପ୍ରାୟ ୧୭ ପ୍ରକାର ଚିକିତ୍ସା କରି ସେମାନଙ୍କୁ ଔଷଧ ଯୋଗାଇଦେବା ଭଳି କାର୍ଯ୍ୟ ଦେଖି ଶ୍ରୀ ମହାପାତ୍ର ଖୁସିବ୍ୟକ୍ତ କରିଥଲେ । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଭେଷଜ ବିଭାଗୀୟ ମୁଖ୍ୟ ଡାକ୍ତର ଜୟନ୍ତ କୁମାର ପଣ୍ଡା ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଦୀର୍ଘ ୧୦ ବର୍ଷ ଧରି ଭାରତ ମସଲା ପରିବାର ଏଭଳି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରି କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟପ୍ରତି ଯଥେଷ୍ଟ ଗୁରୁତ୍ବ ଦେଉଥିବା ଦାୟିତ୍ୱବୋଧର ଅନନ୍ୟ ଉଦାହରଣ ବୋଲି କହିଥିଲେ। ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଏଥିରେ ଅଧ୍ୟକ୍ଷତା କରି କହିଲେଯେ, କେବଳ ବ୍ୟବସାୟ ଲକ୍ଷ୍ୟ ନ ରଖି ବିଭିନ୍ନ ସମୟରେ କମ୍ପାନୀ ସ୍ୱାସ୍ଥ୍ୟ ସେବାକୁ ନିଜର କର୍ତ୍ତବ୍ୟ ଭାବେ ଧରିନେଇ ରକ୍ତଦାନ ଠାରୁ ଆରମ୍ଭ କରି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରୁଛି। ଏଥର କମ୍ପାନୀ ପାଦ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ପ୍ରାୟ ୪୦୦ ଜଣ ବ୍ୟକ୍ତି ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସୁନାମଧନ୍ୟ ଡାକ୍ତର ମାନଙ୍କ ଦ୍ଵାରା କରାଇ ରୋଗ ନିରୂପଣ କରାଇବା ମାଗଣା ଔଷଧ ସହ ଆବଶ୍ୟକୀୟ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଛି ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ କମ୍ପାନୀର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଯୋଗଦେଇ ସମସ୍ତଙ୍କ ସହଯୋଗ ଯୋଗୁଁ ଏହି କାର୍ଯ୍ୟକ୍ରମ ସଫଳ ହେଉଥିବାରୁ ଆମେ ସେମାନଙ୍କ ନିକଟରେ ଋଣୀ ବୋଲି କହିଥିଲେ। ଏଥିରେ ବ୍ଲଡ଼ ସୁଗାର, ଥାଇରଏଡ, ବ୍ଲଡ଼ ପ୍ରେସର, ଲିପିଡ ପ୍ରୋଫାଇଲ୍, ହିମୋଗ୍ଲୋବିନ, ସିରମ୍ ୟୁରିକ ଏସିଡ, ବୋନ ମାସ୍ ଡେନ୍ସିଟି, ଭିପିଟି, ଫାଇବ୍ରୋ ସ୍କାନ,ଇସିଜି,ପିଏଫଟି,ୟୁରୋଫ୍ଲୋମେଟ୍ରୀ, ଆଇ ଏକ୍ଜାମିନେଶନ , ଡେଣ୍ଟାଲ୍ ଭଳି ବହୁବିଧ ରୋଗର ଚିକିତ୍ସା ଡାକ୍ତର ଜୟନ୍ତ କୁମାର ପଣ୍ଡା, ଡାକ୍ତର ଏସ. ପି. ସ୍ଵାଇଁ, ଡାକ୍ତର ଅରୁଣ ଆଚାର୍ଯ୍ୟ, ଡାକ୍ତର ପ୍ରସିଦ୍ଧି, ଡାକ୍ତର ଆର. ଏସ. ଶୁଭମ୍ ସେଠୀ, ଡାକ୍ତର ପ୍ରାଚୀ ଧର୍,ଡାକ୍ତର ଶିବବ୍ରତ ପଣ୍ଡା ,ଡାକ୍ତର ହରପ୍ରିୟା ପୃଷ୍ଟି, ଡାକ୍ତର ସୁଚରିତା ପତି, ଡାକ୍ତର କ୍ଷେମେଶ୍ୱର୍ ଅଗସ୍ଥି, ଡାକ୍ତର ଗୌରବ ଶର୍ମା, ଡାକ୍ତର କୁମାର କୁଲଦୀପ, ଡାକ୍ତର ସଞ୍ଜୟ ରାମ, ଡାକ୍ତର ଦୀପକ କୁମାର ଙ୍କ ସମେତ ପ୍ରାୟ ୪୦ ଜଣ ପାରାମେଡିକାଲ୍ ଷ୍ଟାଫ ଚିକିତ୍ସାରେ ଅଂଶ ଗ୍ରହଣ କରିଥଲେ। ଭାରତ ମସଲା କମ୍ପାନୀର ନିର୍ଦ୍ଦେଶକ ଶ୍ରୀମନ୍ତ ପଣ୍ଡା ଓ ଦିଗନ୍ତ ପଣ୍ଡା, ନିର୍ଦ୍ଦେଶିକା ନନ୍ଦିତା ପଣ୍ଡା, ଜିଏମ ଫାଇନାନ୍ସ ଅଶ୍ୱିନୀ ଦାସ,ଜିଏମ ଅପରେସନ ଅରୁଣ କୁମାର ନାୟକ,ଜିଏମ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ, ଲୋକ ସମ୍ପର୍କ ଅଧିକାରୀଣୀ ଏସଏନ ମିଲେନିୟମଙ୍କ ସମେତ କମ୍ପାନୀର ସମସ୍ତ କର୍ମଚାରୀ ସ୍ୱାସ୍ତ୍ୟଶିବିର ପରିଚାଳନା କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର