

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ସଂଗଠନ ପର୍ବ ସଦସ୍ୟତା ଅଭିଯାନ “ବିସ୍ତାରକ ପ୍ରଶିକ୍ଷଣ ବର୍ଗ” ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ସ୍ଥିତ ମୟୂରୀ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ରାଜ୍ୟ ଏବଂ ରାଷ୍ଟ୍ରୀୟସ୍ତରୀୟ ନେତା ଆହ୍ୱାନ ଦେଇଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ପ୍ରତ୍ୟେକ ବୁଥରେ କିଭଳି ଅଧିକରୁ ଅଧିକ ନୂତନ ସଦସ୍ୟ ସଂଗ୍ରହ କରାଯାଇପାରିବ ଏହାକୁ ଭିତ୍ତିକରି ଆଜି ପ୍ରତ୍ୟେକ ମଣ୍ଡଳର ଜଣେ ପ୍ରମୁଖ ଏବଂ ସହପ୍ରମୁଖ ସେହିଭଳି ପ୍ରତ୍ୟେକ ୱାର୍ଡରୁ ଜଣେ ସଂଯୋଜକ, ସହସଂଯୋଜକ, ଜଣେ ବିସ୍ତାରକ ଏହିଭଳି ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି । ଗତକାଲି ବ୍ରହ୍ମପୁର ବିଧାନସଭା ଅନ୍ତଗତ ୭ ଗୋଟି ମଣ୍ଡଳର ୩୫ଟି ୱାର୍ଡରୁ ପ୍ରାୟ ଶହେରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ”ପ୍ରଶିକ୍ଷଣ ବର୍ଗ” ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପିର ନୂତନ ସଦସ୍ୟତା ଅଭିଯାନର ରାଜ୍ୟ ସହପ୍ରଭାରୀ ସାରଦା ପ୍ରଶାଦ ଶତପଥୀ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ଏବଂ ଏହାର ଲାଭ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଆବଶ୍ୟକ । ଗତ ୫ ବର୍ଷରେ ଦେଶରେ ଦେଖାଦେଇଥିବା ଅଦ୍ଭୁତପୂର୍ବ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ଜନସାଧାରଙ୍କୁ ବୁଝାଇବାକୁ ହେବ ବୋଲି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ମାର୍ଗ ଦର୍ଶନ କରିଥିଲେ । ଆସନ୍ତା ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନକୁ ବୁଥ ସ୍ତରରେ ଅଧିକ କ୍ରିୟାଶୀଳ କରାଇ ବୁଥ ସ୍ତରରେ ନୂତନ କାର୍ଯ୍ୟକର୍ତ୍ତା ଯୋଡିବା ସହ ସାଙ୍ଗଠନିକ ସମର୍ଥକୁ ବୃଦ୍ଧି କରିବା ପାଇଁ ସାରଦା ପ୍ରସାଦ ଶତପଥୀ କାର୍ଯ୍ୟକର୍ତ୍ତାମାନଙ୍କୁ ”ପ୍ରଶିକ୍ଷଣ” ଦେଇଥିଲେ । ଏହାପୂର୍ବରୁ ଗତକାଲି ଛତ୍ରପୁର ବିଧାନସଭାର ଛତ୍ରପୁର ଠାରେ ଏବଂ ଗୋପାଳପୁର ବିଧାନସଭାର କନିସି ଠାରେ ”ବିସ୍ତାରକ ପ୍ରଶିକ୍ଷଣ ବର୍ଗ” ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ବିଭୁତି ଭୂଷଣ ଜେନା, ସଦସ୍ୟତା ଅଭିଯାନର ଜିଲ୍ଲା ସଂଯୋଜକ ରାଜେଶ କୁମାର ସାହୁ, ସହ ସଂଯୋଜକ ମଦନ ମୋହନ ପାତ୍ର ମଂଚାସୀନ ହେବା ସହ ପ୍ରଶିକ୍ଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଗୋପୀନାଥ ପଣ୍ଡା, ସୁନୀଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ପ୍ରବୀର ପାତ୍ର, ପ୍ରଦୀପ ମିଶ୍ର, ଦେବୀ ପ୍ରସାଦ ପାଢ଼ୀ, ରମେଶ ପାଣିଗ୍ରାହୀ, ଏସ. ରାଣୀ, ପ୍ରଫୁଲ୍ଲ ପାଣିଗ୍ରାହୀ, ଏସ.ଶ୍ରୀନିବାସ, ବିଜୟ ପଣ୍ଡା, ବିନାୟକ ରଥ, ଡି. ଅନୀଲ ରାଓ, ଚନ୍ଦନ କୁମାର ଦେଓ, ମଧୁସୂଦନ ସାହୁ, ନିଲଂଚଳ ପଣ୍ଡା, ସୁଶୀଳା ମଲ୍ଲିକ, ଭାଗ୍ୟପ୍ରଭା ପଟ୍ଟନାୟକ, ନିବେଦିତା ପାଢ଼ୀ, ସୁମନ ଶତପଥୀ, ସୂର୍ଯ୍ୟ ନାହାକ, ଗୌରୀ ମହାନ୍ତି, ରବି ବେହେରା, ବିକାଶ ପାଣିଗ୍ରାହୀ, ରବିନାରାୟଣ ସାବତ, ରାମନାଥ ଗନ୍ତାୟତ ପ୍ରମୁଖ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






