
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ତରଫରୁ କାମାପଲ୍ଲୀ ବନ୍ଧର ପଙ୍କ ଉଦ୍ଧାର କରିବା ଓ ପୋତି ହୋଇଯାଇଥିବା ବନ୍ଧର ମାଟିକୁ ବାହାର କରି ପରିସ୍କାର କରିବା ଏବଂ ପାଣି ନ ହେଲେ ପୋଖରୀ ଖୋଳି ଏହାର ସମ୍ପୂର୍ଣ୍ଣ ମରାମତି କରିବା ଦାବୀ ନେଇ ଗଞ୍ଜାମ ଜିଲ୍ଲପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେହି ସ୍ମାରକପତ୍ରରେ ଉଲ୍ଲେଖ ଅଛି ଯେ, ବ୍ରହ୍ମପୁର କାମାପଲ୍ଲୀ ବନ୍ଧଟି ଦୀର୍ଘ ଦିନ ହେଲା ବହୁ ଅବ୍ୟବସ୍ଥା ଓ ଅପରିଷ୍କାର ହୋଇ ପଡ଼ିରହିଛି । ଉକ୍ତ ବନ୍ଧ ଉପରେ ବହୁ ଜନସାଧାରଣ ତଥା ବ୍ରହ୍ମପୁର ବିଏସସିର ୱାର୍ଡ ନମ୍ବର ୨୯, ୱାର୍ଡ ନମ୍ବର ୩୦, ୱାର୍ଡ ନମ୍ବର ୩୧, ୱାର୍ଡ ନମ୍ବର ୩୨, ୱାର୍ଡ ନମ୍ବର ୩୩, ୱାର୍ଡ ନମ୍ବର ୩୪, ୱାର୍ଡ ନମ୍ବର ୩୫ ଯାହାକି କାମାପଲ୍ଲୀ, ଗୋଇଲୁଣ୍ଡି, ରାମନଗର, କୋର୍ଟପେଟା, ଫରେଷ୍ଟ କଲୋନୀ, ଟାଟାବେଞ୍ଚ, ଅନନ୍ତ ନଗର, ଗୋଦାବରୀଶ ନଗର, ଅରବିନ୍ଦ ନଗର, ଖଳା ସାହି, କୋପରେଟିଭ କଲୋନୀ, ଅଶୋକ ନଗର, ବିଏନସି ରୋଡ଼, ବଡଖେମୁଣ୍ଡି ସାହି, ଜନା ହସ୍ପିଟାଲ ରୋଡ଼, ହାତୀବନ୍ଧ ସାହି, ଭାଭାନଗର, ହିଲପାଟଣା, ଗିରିରୋଡ଼, ଭି.ଆଇ.ପି କଲୋନୀ, ଆର.ସି ଦାସ ଲାଇନ, ସୁବାରାଓ ଛକ ନିକଟସ୍ଥ ସମସ୍ତ ସାହି ବାସିନ୍ଦା ନିର୍ଭର କରୁଛନ୍ତି । ବନ୍ଧଟି ଅପରିଷ୍କାର ହୋଇ ପଡି ରହିଥିବା ଫଳରେ କୌଣସି ଲୋକ ତାକୁ ବ୍ୟବବାହ କରି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ତୁରନ୍ତ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମରାମତି କରାଇବା ସହିତ ପରିଷ୍କାର କରାଯାଉ ଏହି ହିଁ ଆମର ଦାବି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା