

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଆହ୍ୱାନ କ୍ରମେ ଆଜି ସନ୍ଧ୍ୟାରେ ଗୋସାଣୀନୂଆଗାଁ ଗୁଣ୍ଡିଚା ମନ୍ଦିର ଛକ ଠାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ କୁଶପୁତ୍ତଳିକା ମହିଳା ମୋର୍ଚ୍ଚା ଦ୍ୱାରା ଦାହ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟରେ ଚାଲିଥିବା ଗୁଡ଼ ନ୍ୟୁଜ ସେଲଟର ହୋମ ଗୁଡିକରେ ଶିଶୁ ଚାଲାଣ, ଯୌନ ଶୋଷଣ ଓ ଧର୍ମାନ୍ତକରଣ ସରକାରଙ୍କ ଛତ୍ରଛାୟା ତଳେ ଚାଲିଥିବା ବେଳେ ବିଜେଡି ମୁଖପାତ୍ର ସୁସ୍ମିତା ପାତ୍ରଙ୍କ ଏହି କେଳେଙ୍କାରୀର ମୁଖ୍ୟ ଫୟାଜ ରେହେମାନଙ୍କ ସହ ସମ୍ବନ୍ଧ ଥିବା ଜଣାପଡିଛି । ପ୍ରଫୁଲ ସାମଲ ତ୍ୟାଗପତ୍ର କରିବା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୋ ମୋ ସାଧାରଣ ସଂପାଦକ ବବିତା ପାତ୍ରଙ୍କ ସମେତ ସବିତା ନାୟକ, ଅନୁରାଧା ସାହୁ, ମିନାକ୍ଷୀ ପାଣିଗ୍ରାହୀ, ଏସ. ରାଣୀ, ଇତିଶ୍ରୀ, ସୁଶୀଳା ମଲ୍ଲିକ, ପ୍ରଜ୍ଞା ପାଢ଼ୀ, ଭାଗ୍ୟ ପଟ୍ଟନାୟକ, ସସ୍ମିତା ବିଶୋଇଙ୍କ ସମେତ ବହୁ ସଂଖ୍ୟାରେ ମହିଳାମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

