ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପବିତ୍ର ଗୁରୁପୂର୍ଣ୍ଣିବା ଅବସରରେ ବାଲେଶ୍ୱର ଜିଲାର ଜଳେଶ୍ୱର ନୂଆବଜାର ସୁଦର୍ଶନ ପ୍ରଭାତ ଶାଖାରେ ଗୁରୁଦକ୍ଷିଣା ଉତ୍ସବ ଭଞ୍ଜ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅଜୟ କୁମାର ଦେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରମାକାନ୍ତ ଭଞ୍ଜ ଯୋଗଦେଇ ଭାରତ ଏକ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର ଓ ଋଷି ପରମ୍ପରା ଗତ ଦେଶ ହୋଇଥିବାରୁ ଏଠାରେ ଛତ୍ରପତି ଶିବାଜୀ, ଗୁରୁ ରାମଦାସ, ରାମକ୍ରିଷ୍ଣ, ବିବେକାନନ୍ଦ, ଅରବିନ୍ଦଙ୍କ କର୍ତ୍ତବ୍ୟନିଷ୍ଠା ଗୁରୁ ପରମ୍ପରାକୁ ଅଧିକ ଋଦ୍ଧିବନ୍ତ କରିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବାଲେଶ୍ୱର ଜିଲା ସଂଘ ଚାଳକ ସୁଭ୍ରାଂଶୁ ସେଖର ଦାସ ମହାପାତ୍ର ଯୋଗଦେଇ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ଗୁରୁ ପୂର୍ଣ୍ଣିମା ପାଳନ ଓ ଗୁରୁଙ୍କ ପ୍ରତି ଶିଷ୍ୟ ମାନଙ୍କର ମାନସିକତା କିପରି ଅଧିକ ହୃଦୟଗ୍ରାହି ହୋଇ ପାରିବ ବୋଲି କହିଥିଲେ । ଆଜିର ଦିନରେ ଗୌରିକ ଧ୍ୱଜା ନିକଟରେ ଧନ, ମନ ଓ ତନୁ ଆତ୍ମ ସମର୍ପଣ କରି ପ୍ରତ୍ୟେକ ହିନ୍ଦୁ ରାଷ୍ଟ୍ରର ମଂଗଳ କାମନା କରିବା ଉଚିତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବଦୁଲାଲ ମାଇତି, ଆଶୁତୋଷ ଦାସ, ବିଶ୍ୱ ବିନୋଦ ଭଂଜ, ମନୋଜ ଭୁୟାଁ, ବିମ୍ବାଧର ମହାନ୍ତି, ଅମିତ ଦେ, ଉମାକାନ୍ତ ରାଉତ, ଘନଶ୍ୟାମ ସିଟ, ପ୍ରଦିପ ବାରିକ ପ୍ରମୁଖ ବକ୍ତବ୍ୟ ଦେବା ସହିତ କାର୍ଯ୍ୟ କରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି ପରିଡା