



ଭୁବନେଶ୍ୱର(ସମୃଦ୍ଧଓଡିଶା)ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୨୨ ବ୍ୟାଚର ୬ଜଣ ଓ ୨୦୨୩ ବ୍ୟାଚର ୮ଜଣ ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ୍ପ୍ରୋବେସନର) ଶନିବାର ଲୋକ ସେବା ଭବନରେ ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କୁ ସାକ୍ଷାତ କରିଥିଲେ।ଏହି ଅବସରରେ ଆଇଏଏସ୍ ପ୍ରଶିକ୍ଷାର୍ଥୀ ମାନଙ୍କୁ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଏବଂ ଜାତୀୟ ବହୁ ମୁଖୀ ଦାରିଦ୍ର୍ୟ ସୂଚକାଙ୍କର ବିଭିନ୍ନ ଜଟିଳ ତଥା ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ଏଜେଣ୍ଡା-୨୦୩୦ର କାର୍ଯ୍ୟ କାରିତା ଦିଗରେ ପ୍ରଶାସନ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପ ତଥା ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା।ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନାଗରିକ-କୈନ୍ଦ୍ରିକ ଶାସନ ଉପରେ ଆଲୋକପାତ କରିବା ସହ ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ପ୍ରଶିକ୍ଷଣ ପରେ ଆଗାମୀ ଦିନରେ ବିଭିନ୍ନ ପଦପଦବୀରେ ନିଜର ପ୍ରଶାସନିକ ଦାୟିତ୍ୱ ନିର୍ବାହ କରିବାକୁ ଥିବା ବେଳେ ନିରନ୍ତର ବିକାଶ ଲକ୍ଷ୍ୟ ରଖି ସେମାନେ ଅନ୍ତର୍ଭୁକ୍ତି କରଣ, ସମାନତାର ନୀତିକୁ ବଜାୟ ରଖିବା ସହ ବିକାଶ ପ୍ରକ୍ରିୟାରେ କେହି ଯେପରି ପଛରେ ପଡ଼ି ନ ଯା’ନ୍ତି, ତାହାକୁ ଦୃଷ୍ଟିଦେଇ ହାରାହାରି ଓ ସାମଗ୍ରିକ ପ୍ରଗତିର ଆକଳନ ଠାରୁ ଆଗକୁ ବଢ଼ିବା ପାଇଁ ବିଭିନ୍ନ ସ୍ତରରେ ଥିବା ସବୁ ବର୍ଗର ଜନ ସଂଖ୍ୟା ଗୋଷ୍ଠୀଙ୍କୁ ସାମିଲ କରି ପ୍ରଗତିକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହା ପୂର୍ବରୁ ଏହି ସମସ୍ତ ଆଇଏସ୍ପ୍ରୋ ବେସନର ରାଜୀବ ଭବନ ସ୍ଥିତ ଜଳ ସମ୍ପଦ ବିଭାଗରେ ନିର୍ମାଣ ନିଗମ ଲି. (ଓସିସିଏଲ)ତରଫରୁ ଆଗାମୀ ଲକ୍ଷ୍ୟ ଓ କାର୍ଯ୍ୟ ସଂପର୍କିତଏକ ଉପସ୍ଥାପନା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
ରିପୋର୍ଟ : ରଜତ ମହାପାତ୍ର