
ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ତୋଟାପଲ୍ଲୀ ସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ମଜଦୁର ସଂଘର କୋଷାଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ନେତୃତ୍ୱରେ ଭାରତୀୟ ବିରଳ ମୃତ୍ତିକାର ଦିବଂଗତ ଶ୍ରମିକ ପରିବାରଙ୍କ ସହିତ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ମୃତ ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ନେତ୍ରା ସାହୁ, ଅବନୀକାନ୍ତ ସାହୁ, ତପନ ପାଢି, ନୃସିଂହ ଗୌଡ, ରାଜେନ୍ଦ୍ର ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା