

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଭାରତୀୟ ଯୋଗ ସଂସ୍ଥାନର ୫୩ତମ ସ୍ଥାପନା ଦିବସ ତଥା ଢେଙ୍କାନାଳ ଯୋଗ ଜିଲ୍ଲାର ୩ୟ ପ୍ରତିଷ୍ଠା ଦିବସ ସମାରୋହ ସ୍ଥାନୀୟ ଚଢେଇ ରଗଡା ସ୍ଥିତ ଲେଖକ ସଂସଦ ଭବନରେ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସମାରୋହରେ ଶତାଧିକ ସାଧକ ସାଧିକା ତଥା କର୍ମକର୍ତ୍ତାଙ୍କ ସମାଗମ ହୋଇଥିଲା ।ଢେଙ୍କାନାଳ ଚିନ୍ମୟ ମିଶନର ମୁଖ୍ୟ ସ୍ୱାମୀ ସତ୍ୟପ୍ରିୟାନନ୍ଦ ସରସ୍ୱତୀ ଜୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମାବେଶକୁ ଉଦବୋଧନ ଦେଇଥିଲେ । ଏହି ଉତ୍ସବରେ ଭାରତୀୟ ଯୋଗ ସଂସ୍ଥାନ ଓଡିଶା ପ୍ରାନ୍ତର ମୁଖ୍ୟ ସୁରେଶ ଜୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସେ ସଂସ୍ଥାନର ପ୍ରତିଷ୍ଠାତା ସ୍ୱର୍ଗତଃ ପ୍ରକାଶ ଲାଲଙ୍କ ସ୍ମୃତି ଚାରଣ କରିଥିଲେ । ବଂଶବାର କଲା ହିଁ ଯୋଗାଭ୍ୟାସ ଏ ବିଷୟରେ ବିଭିନ୍ନ ବକ୍ତା ମାନେ ଆଲୋକ ପାତ କରିଥିଲେ । ସଭାରେ ବସନ୍ତ ପଟ୍ଟନାୟକ, ସୁଶୀଲ ପଣ୍ଡା, ସ୍ମିତାରାଣୀ ସାମଲ, ପ୍ରଶାନ୍ତ ପଣ୍ଡା, ଦିଲ୍ଲୀପ ମହାନ୍ତି, ଡ଼ଃ ନିରବ ରାଉତ ତଥା ରଘୁନାଥ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ . ଯୋଗର ପ୍ରସାର ପାଇଁ ସଂସ୍ଥାର ପ୍ରତ୍ୟେକ ସଦସ୍ୟ ଅଙ୍ଗାକାର ବଦ୍ଧ ହୋଇଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି

