ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ନକଲି ସାର୍ଟିଫିକେଟ୍ : ବିଇଓ କଲେ ନିଳମ୍ବନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଶିକ୍ଷାଜିଲା ଅଧିନରେ ରତ୍ନାକର ଗିରି ନାମକ ଜଣେ ଶିକ୍ଷକ ଆର୍ଆର୍ପୁର ପଞ୍ଚାୟତର ଏକତାଳି ଗାଁର ବାଲୁକେଶ୍ୱର ଉନ୍ନତି ବିଦ୍ୟାଳୟରେ ଏବେ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରି ଆସୁଛନ୍ତି । ସେ ଦିନକୃଷ୍ଣ କଲେଜରେ +୨ ଶିକ୍ଷାଲାଭ କରିଥିବାରୁ ଦର୍ଶାଇଥିବା ବେଳେ ସେହି ଅଂଚଳର ନନୀ ଗୋପାଳ ଦାସ ନାମକ ଜଣେ ସାମାଜିକ ବ୍ୟକ୍ତି ଏହାକୁ ଚ୍ୟାଲେଞ୍ଜ କରିଥିଲେ । ଏ ସଂପର୍କରେ ଜଳେଶ୍ୱର ବିଇଓ ବିଜୟ କୁମାର ନାଥ ଦୀନକୃଷ୍ଣ କଲେଜ ଯାଇ ଯାଞ୍ଚ କରିବାପରେ ଏ ସଂପର୍କରେ କୌଣସି ଦସ୍ତାବିଜ ନ ପାଇ ଗତ ୧୬ ତାରିଖରୁ ତାଙ୍କୁ ନିଳମ୍ବିତ କରିଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ ଅତୀତରେ ସେ ମଧାହ୍ନ ଭୋଜନ ଚାଉଳ ଘଟଣାରେ ମଧ୍ୟ ନିଳମ୍ବିତ ହୋଇଥିବା ପ୍ରକାଶ । ଏ ସଂପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ଗିରି ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡ଼ା