

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ନରେନ୍ଦ୍ରପୁରର ଟାଟା କଲୋନୀ ନିକଟରେ ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ଟ୍ରକ ଡ୍ରାଇଭର ଭାରସାମ୍ୟ ହରାଇଥିବାରୁ ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଲୋଡିଂ ଟ୍ରକ ଡ୍ରାଇଭର ସମେତ ୩ ଲେବର ଆହତ ହୋଇଛନ୍ତି । ଟ୍ରକ ଡ୍ରାଇଭର ମିଟୁ ପ୍ରଧାନ ବୋଲି ଜଣାପଡିଛି । ଡ୍ରାଇଭର ଟ୍ରକ ଭିତରେ ଚାପି ହୋଇ ରହିଥିବାରୁ ହାଇଡ୍ରୋଲିକ କଟର ବ୍ୟବହାର କରି ତାଙ୍କୁ ଉଦ୍ଧାର କରାଯାଇଥିଲା । ଚିକିତ୍ସା ପାଇଁ ଦୁଇ ଜଣ ଶ୍ରମିକଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ଜଣକୁ ଡାକ୍ତର ମୃତ୍ୟ ଘୋଷଣା କରିଥିଲେ । ମୃତକ ଜଣକ ସାନକୁଶସ୍ଥଳୀ ଗ୍ରାମର ଶ୍ରମିକ ଶ୍ରେଣୀର ଭ୍ରମର ଦାସ ବୋଲି ଜଣାପଡ଼ିଛି । ଅନ୍ୟ ଶ୍ରମିକ ଜଣକ ବଡକୁଶସ୍ଥଳୀ ଗ୍ରାମର କାଚରା ଦାସ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସ ହେଉଛନ୍ତି । ଡ୍ରାଇଭର ମିଟୁ ପ୍ରଧାନଙ୍କୁ ଅଗ୍ନିଶମ ବିଭାଗ ଛତ୍ରପୁର ବଡ ମେଡିକାଲରେ ଭର୍ତ୍ତି କରାଇଥିଲେ ସେଠାରେ ସେ ଚିକିତ୍ସିତ ହେଉଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିବାହୀ ଟିମ ଛତ୍ରପୁରର ରାମକୃଷ୍ନା ନାୟକ, ଏସ.କେ ବଶିରୁଦ୍ଧିନ, କାହ୍ନୁ ପରିଡା, ନିରଞ୍ଜନ ବେହେରା, କିଶୋର ମାଝୀ, ସୁମନ ମହଲିକ, ଦିଲୀପ ନାୟକ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା









