



ବାଣପୁର(ସମୃଦ୍ଧଓଡିଶା)୧୦ ତାରିଖରେ ହେବାକୁ ଥିବା ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବାଣପୁର ଗସ୍ତ ପାଇଁ ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ସୁନାଖଳା ଡାକ ବଙ୍ଗଳାଠାରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମାନସ ରଞ୍ଜନ ମଙ୍ଗରାଜ ଓ ଚିଲିକା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ ଅଧ୍ୟକ୍ଷତାରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଆଗଧାଡିର ନେତୃବୃନ୍ଦ ଓ ସଂଘଠକ,ମହିଳା, ଓ ଯୁବନେତା ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ଏହି ପ୍ରସ୍ତୁତି ବୈଠକରେ ବାଣପୁର ଏନଏସି ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ, ଜିଲ୍ଲା ପରିଷଦ ଉପାଦକ୍ଷ ଗୋପୀନାଥ ମହାରଣା,ବାଣପୁର ବ୍ଲକ ପୁର୍ବତନ ଅଧକ୍ଷ ମାନସ ରଞ୍ଜନ ପ୍ରଧାନ,ଖୋର୍ଦ୍ଧା ଜିଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,ଚିଲିକା ବ୍ଲକ ସଭପତି ଅମରେନ୍ଦ୍ର ସମାନ୍ତସିଂହାର,ବାଣପୁର ବ୍ଲକ ବିଜେଡି ସଭାପତି ଭବାନୀ ଶଙ୍କର ବଳିଆରସିଂ, ବିଜେଡି ସଙ୍ଗଠକ ଯଦୁ ପ୍ରଧାନ, ବାଲୁଗାଁ ବିଜ୍ଞାପିତ ପରିଷଦର କାଉନସିଲର ଜୟନ୍ତ ସ୍ବାଇଁ,ଚିଲିକା ବ୍ଲକ ପୁର୍ବତନ ଅଧ୍ୟକ୍ଷ ଉତ୍କଳ ପାଇକରାୟ, ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଭି.କେ ପାଣ୍ଡିଆନଙ୍କ ମା’ ଭଗବତୀଙ୍କ ଦର୍ଶନ ସହତ ପଲଟନ ପଡିଆ ରେ ହବାକୁ ଥିବା ସଭାର ସମସ୍ତ ସୁରକ୍ଷା ଏବଂ ହେବାକୁଥିବା କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥାକୁ ନେଇ ଜିଲା ପ୍ରଶାସନ ସକ୍ରିୟ ରହିଥିବା ଜଣାପଡିଛି । ସାଂସଦ ମାନସ ମଙ୍ଗରାଜ ମହାପ୍ରଭୁ ଜଗନ୍ନାଥଙ୍କ ପରିକ୍ରମା ରଥକୁ ଆଜି ଠାରୁ ପ୍ରତି ପଞ୍ଚାୟତରେ ବୁଲି ସଚେତନତା କରି ପ୍ରତି ଘରୁ ଗୁଆ ଓ ଚାଉଳ ଆଦାୟ କରାଯିବ ବୋଲି କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ । ଅଧ୍ୟପାନ୍ତରିଆ ହୋଇ ପଡିରହିଥିବା କାର୍ଯ୍ୟକୁ କିପରି ତୁରନ୍ତ କାର୍ଯ୍ୟ ସମାପ୍ତ କରାଯିବ ସେ ବିଷୟରେ ସମସ୍ତଙ୍କୁ ଆଲୋକପାତ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର