ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଆଜିକାଲି ରାଜ୍ୟରେ ମ୍ୟାଡ଼ାମମାନେ ଲାଞ୍ଚ କାରବାରରେ ଲିପ୍ତ ରହି ଜେଲ ଯାଉଥିବା ଘଟଣା ବହୁଳ ଭାବରେ ଦେଖିବାକୁ ମିଳୁଛି ବୋଲି ଆମେ ବାରମ୍ବାର କହିଆସୁଛୁ । ତା’ମାନେ ଆମ ରାଜ୍ୟରେ ଚାକିରୀ କରୁଥିବା ମ୍ୟାଡମ୍ ମାନେ କୁଆଡେ ଲୋଭି ହୋଇଯାଇଥିବା ଜଣାପଡୁଛି ବୋଲି କହୁଛୁ । ତଥାପି ଲଜ୍ୟାକୁ ଖାତିର ନ କରି ଲୋଭ ଛାଡୁ ନାହାନ୍ତି I ବୋଧହୁଏ ଆମ ସରକାରଙ୍କ ମହିଳା ସଶକ୍ତିକରଣ ଯୋଗୁଁ ମ୍ୟାଡମ୍ ମାନେ ନିର୍ଭୟରେ ଖୁଲମଖୁଲା କର୍ତ୍ତବ୍ୟ କରୁଛନ୍ତି । ଭୟ ନାହିଁ ହେଲେ ପ୍ରକୃତି କଣ ଛାଡ଼ୁଛନ୍ତି । ଏହି ଦେଖୁନ ପୁଣି ଆଜି ଜଣେ ମାଡ଼ାମ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ହେଲେ। ଜେଲ ଯିବେ କି ଲଜ୍ୟା ? କଥାହେଲା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜଣେ ମହିଳା କନିଷ୍ଠ ଯନ୍ତ୍ରୀ। ତାଙ୍କ ନାଁ ପ୍ରଣତି ସାହୁ। ସେ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକରେ କନିଷ୍ଠ ଯନ୍ତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି। ବିଲ୍ ପାସ୍ କରାଇ ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ ଜଣେ ଠିକାଦାରଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଏହା ପରେ ଭିଜିଲାନ୍ସର ଯୋଜନା ମୁତାବକ ଉକ୍ତ ଠିକାଦାର ଆଜି କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ। ପ୍ରଣତି ସାହୁ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ରେଡହ୍ୟାଣ୍ଡେଡ ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଲାଞ୍ଚ ନେଇ ଧରାପଡ଼ିଥିବା କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ ଜାରି ରହିଛି । ତେବେ ଲୋଭ କେତେ ସମ୍ମାନ ହାନି କରୁଛି ଆପଣମାନେ ଚିନ୍ତା କରନ୍ତୁ I ମାସ ପହିଲାରେ ଦରମା ତ ଆମେ ପାଉଛେ ପୁଣି ଏତେ ଲୋଭ କାହିଁକି ?
ରିପୋର୍ଟ : ଆଡ଼ଭୋକେଟ ସୁଧୀର ପଟ୍ଟନାୟକ