

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗସାଣୀ ବ୍ଲକ ଅନ୍ତର୍ଗତ ବିନଳା ଗ୍ରାମରେ ଆଜି ଜାଡିମା ମନ୍ଦିରର ପ୍ରଥମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହତ୍ସଵରେ ଗ୍ରାମର ପାଖାପାଖି ଶତାଧିକ ଭକ୍ତ ଯୋଗ ଦେଇଥିଲେ । ବିଶ୍ୱାସ ରହିଛି କି ମା’ଙ୍କୁ ପୂଜା କରିବା ଦ୍ଵାରା ଗାଁ’ରେ ମହାମାରୀ ଆସେନାହିଁ ବୋଲି ଗ୍ରାମବାସୀ ଜଣାଇଛନ୍ତି । ପ୍ରଥମେ ପାରମ୍ପରିକ ନୀତିରେ ପୂଜାର୍ଚନା ସରିବା ପରେ ଭଜନ ସମାରୋହ ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା । ପୂଜାର୍ଚନା ସରିବା ପରେ ଭକ୍ତ ମାନଙ୍କ ପାଇଁ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଏହି ମହତ୍ସବକୁ ପରିଚାଳନା କରିଛନ୍ତି ମନ୍ଦିର କମିଟି ସଦସ୍ୟ ଚିତ୍ରସେନ, ସ୍ୱାଇଁ, ପ୍ରଫୁଲ ବରାଡ, ସୁଶାନ୍ତ ପ୍ରଧାନ, ଚିତ୍ରସେନ ସ୍ୱାଇଁ, ସନ୍ତସ ପ୍ରଧାନ, ରଞ୍ଜିତ ପ୍ରଧାନ, ସୁରେଶ ବରାଡ, ଦୀନବନ୍ଧୁ, ଜଗା ପ୍ରଧାନ ପ୍ରମୁଖ ।
ରିପୋର୍ଟ : କୃଷ୍ଣ କୁମାର ବେହେରା