


ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଅତିଥି ଭାବେ ପୌରପରିଷଦ ଅଧକ୍ଷ ସୁବାସ ଚନ୍ଦ୍ର ପଲେଇ, 68 ନମ୍ବର ଯୋନ ଜିଲ୍ଲା ପରିଷଦ,ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ଉପାଦକ୍ଷ,ସାମାଜିକ ସୁରକ୍ଷା ଅଧିକାରୀ ଶୁଭଶ୍ରୀ ବେହେରା ମଞ୍ଚସିନ ଥିଲେ। ବ୍ଳକର ସମସ୍ତ ପଞ୍ଚାୟତରୁ ଏହି ଶିବିରରେ ଶହ ଶହ ଭିନ୍ନକ୍ଷମ ଆସି ନିଜ ନିଜର ଅଭିଯୋଗ କରିଥିଲେ।କିଛି ଭିନ୍ନକ୍ଷମଙ୍କୁ ତୁରନ୍ତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହାସହିତ ଟ୍ରାଇସାଇକଲ ୨ ଜଣକୁ ,ହୁଇଲ ଚେୟାର ୨ ଜଣକୁ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହି ଶିବିରରେ ୧୨ଟି ଷ୍ଟଲ ଖୋଲାଯାଇ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା ।ଆଜିର ଏହି ଶିବିରରେ ବ୍ଳକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ,ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ।
ରିପୋର୍ଟ : ରଜତ ପଟ୍ଟନାୟକ