


ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତ ଫନି ବାତ୍ୟାରେ ବହୁ ପରିମାଣରେ ଗଛ ନଷ୍ଟ ହୋଇଯାଇଛି । ଯାହାଫଳରେ ପ୍ରଦୂଷଣ ବହୁତ ବଢି ଯାଇଛି ଯାହାକୁ ନେଇ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଜି ଭୁବନେଶ୍ୱର ସହରକୁ ପ୍ରଦୂଷଣ ମୁକ୍ତ କରିବା ନିମନ୍ତେ ଭୁବନେଶ୍ୱର ଟେନଟ ହାଉସ୍ ଓନରର୍ସ ଆସୋସିଏସନ ନିଜ ହାତକୁ ନେଇ ଆଜି ସକାଳ ୯ ସମୟରେ ରବିନ୍ଦ୍ର ମଣ୍ଡପ ଛକଠାରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରିଛନ୍ତି । ଯାହାକୁ ନେଇ ବହୁତ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ଭଟ ପରିଚାଳନା କରିଛନ୍ତି । ଏଥିରେ ପ୍ରବଦ ଦାସ, ଧୀରେନ୍ଦ୍ର କର, ରାଜେଶ ସାମନ୍ତଙ୍କ ସମେତ ଭୁବନେଶ୍ୱର ଟେନଟ ହାଉସ୍ ଓନରର୍ସ ଆସୋସିଏସନର ବହୁ କର୍ମକର୍ତ୍ତା ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର, ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା











