

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ସ୍ଥିତ ଯୁନିଟ -୮ରେ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠନ ଅର୍ଥାତ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାଳୟ କୋଠାରେ ପ୍ରଚଣ୍ଡ ନିଆଁ ଲାଗିଛି । ଏହି କୋଠା ଏନଆରଏଚଏମ କାର୍ଯ୍ୟାଳୟକୁ ଲାଗି ରହିଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି । ଦୁଇ ମହଲା ବିଶିଷ୍ଠ ଏହି କୋଠାର ପ୍ରଥମ ମହଲାରେ ନିଆଁ ଲାଗିଥିବା ଅଘ୍ନିଶମ ବିଭାଗ ପକ୍ଷରୁ କୁହାଯାଉଛି । ସମଗ୍ର ଅଂଚଳ ଧୂଆଁମୟ ହୋଇ ରହିଛି । ସଂଧ୍ୟାରେ ନିଆଁ ଲାଗିବାବେଳେ ଅଫିସରେ ୧୫ ଜଣ କର୍ମଚାରୀ ଥିଲେ । ସମସ୍ତେ ସୁରକ୍ଷିତ ଅବସ୍ଥାରେ ବାହାରକୁ ଚାଲିଆସିଛନ୍ତି । କାର୍ଯ୍ୟାଳୟରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡି ଯାଇଥିବା ଜଣା ପଡିଛି । ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।
ରିପୋର୍ଟ : ଆକାଶ ମିଶ୍ର

