ଭୁବନେଶ୍ୱରରେ ଭକ୍ତିନୈବେଦ୍ୟ ଭଜନ ସନ୍ଧ୍ୟା ଆୟୋଜିତ

ଭୁବନେଶ୍ୱର-(ସମୃଦ୍ଧଓଡିଶା)-ଆଜି ଭୁବନେଶ୍ୱର ସ୍ଥିତ ପାଣ୍ଡରା ଗ୍ରାମରେ ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ଅବସରରେ ଭକ୍ତିନୈବେଦ୍ୟ ଭଜନ ସନ୍ଧ୍ୟା ତରଫରୁ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ସୁନାମଧନ୍ୟ କଣ୍ଡଶିଳ୍ପୀମାନେ ଏହି ଭଜନ ସନ୍ଧ୍ୟାରେ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାବେ ମାନ୍ୟବର ପାରଳା ବିଧାୟକ ଇ. ରୂପେଶ ପାଣିଗ୍ରାହୀ ଯୋଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳ ଓ ଆଖପାଖ ଅଞ୍ଚଳରୁ ବହୁସଂଖ୍ୟାରେ ଲୋକମାନେ ଏହି ଭଜନ ସନ୍ଧ୍ୟାରେ ଯୋଗଦେଇଥିଲେ । ଏହି ସତ୍ୟନାରାୟଣ ପୂଜା ଓ ଭଜନ ସନ୍ଧ୍ୟାରେ ଯୋଗଦେଇଥିବା ସମସ୍ତ ଜନସାଧାରଣଙ୍କର ଭଗବାନ ସତ୍ୟନାରାୟଣ ମଙ୍ଗଳବିଧାନ କରନ୍ତୁ ବୋଲି ବିଧାୟକ ପ୍ରାର୍ଥୀ ଇଂ ରୂପେଶ ପାଣିଗ୍ରାହୀ କହିଛନ୍ତି । ଏଭଳି ସୁନ୍ଦର କାର୍ଯ୍ୟକ୍ରମକୁ ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମାନବ୍ୟର ପାରଳା ବିଧାୟକ ଇ. ରୂପେଶ ପାଣିଗ୍ରାହୀ ଯୋଗଦେଇଥିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା