

ରାୟଗଡା (ସମୃଦ୍ଧ ଓଡିଶା) ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା “ଜାଗା ମିଶନ” ଯୋଜନାରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ମିଳିଲା ଭୂମି ଅଧିକାରୀ ପ୍ରମାଣ ପତ୍ର । ଏହି ଯୋଜନା ଅନ୍ତର୍ଗତଭୂକ୍ତ ଜିଲାରେ ଭୂମିହୀନ ବସ୍ତିବାସିନ୍ଦାଙ୍କ ମଧ୍ୟରୁ ୮୬୨ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇ ଜମି ପଟା ପ୍ରଦାନ କରାଯାଇଥିବା ବେଳେ ଏଥିମଧ୍ୟରୁ ୩୧୦ ଜଣ ରାୟଗଡା ପୋରାଞ୍ଚଳର, ୩୨୨ଜଣ ଗୁଣୁପୁର ପୌରପାଳୀକା ଓ ଡୁଡାରୀ ବିଜ୍ଞପିତ ପରିଷଦର ମୋଟ ୨୩୦ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟାଯାଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଗୁହାପୁନମ ତାପସ କୁମାର ଯୋଗଦେଇ ଉକ୍ତ ଯୋଜନାରେ ହୀତାଧିକାରୀଙ୍କ ଅଧିକାର ସମ୍ପର୍କରେ ସୂଚନା ଦେଇଥିବା ବେଳେ, ଜିଲା ଡି.ଆର.ଡି.ଏ ପ୍ରକଳ୍ପ ନିର୍ଦ୍ଦେଶକ ଅମରିତ ଋତୁରାଜ ତାଙ୍କ ଉଦବୋଧନରେ ବସ୍ତିବାସୀନ୍ଦାଙ୍କୁ ଜାଗା ମିଶନ ଜରିଆରେ ସହରରେ ଝୁମ୍ପଡି କରି ରହୁଥିବା ଲୋକଙ୍କୁ ତାଙ୍କ ଅଧିକାର ମିଳିଥିବା ସେ ପ୍ରକାଶ କରିଛନ୍ତି । ଏହି ଅବସରରେ ରାୟଗଡା ପୌରପାଳୀକା କାର୍ଯ୍ୟନିର୍ବାହୀ ଅଧିକାରୀ ମଙ୍ଗଲାଲ ଜୈନ, ଗୁଣୁପୁର ଏବଂ ଡୁଡାରୀ ପାଳିକା ନିର୍ବାହୀ ଅଧିକାରୀ ଭାବଗ୍ରାହୀ ସାହୁ ଓ ଗାୟତ୍ରୀ ଦେବୀ ସାହୁ ପ୍ରମୁଖ ଏଠାରେ ଉପସ୍ତିତ ରହି ହୀତାଧିକାରୀଙ୍କୁ ପଟା ବଣ୍ଟନ କରିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

