ଅମାନବୀୟ, ଦୁର୍ବଳ ମାନସର ଏକ ଦୁଷ୍କର୍ମ ବିଚାର ଭ୍ରଷ୍ଟାଚାର
ଯାହା ସାମାଜିକ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବା ସହିତ ସାମ୍ପ୍ରତିକ ଅବକ୍ଷୟ
କାରଣରୁ ରାଷ୍ଟ୍ରକୁ ନିମ୍ନ ମୁଖି କରି ନିଜସ୍ୱ ଚେତନାକୁ କଳୁଷିତ କରିଥାଏ !
ସେଇଥିରେ ଭାଗିଦାରୀତା କରୁଥିବା ମଣିଷ ସମାଜର ଏକ କଳଙ୍କ
ଯାହା ଦ୍ୱାରା ସାଧାରଣ ପ୍ରଚଳିତ ବ୍ୟବସ୍ଥାର ସଦସ୍ୟ ବୃନ୍ଦ ପ୍ରତାରିତ !!
ସାଧାରଣତଃ ସାମାଜିକ କ୍ଷେତ୍ରରେ ଅନୈତିକ କାର୍ଯ୍ୟ କରି ନିର୍ଦ୍ଧାରିତ ସଂଖ୍ୟା ବହିର୍ଭୁତ ଅର୍ଥ କରାୟତ କରାଯିବା ଭ୍ରଷ୍ଟାଚାର ଭାବେ ସର୍ବ ଗ୍ରହୀତ ହୋଇଥିବା ବେଳେ ସେହି କୁକର୍ମରେ ଲିପ୍ତ ମଣିଷଙ୍କୁ ଭ୍ରଷ୍ଟାଚାରୀ ବୋଲି କୁହାଯାଇ ଥାଏ । ସାମାଜିକ ଭ୍ରଷ୍ଟାଚାର ଜନିତ କ୍ଷତି ସହି ନିର୍ବୋଧ ପ୍ରତାରିତ ହୋଇଥା’ନ୍ତି ଯାହା ସେମାନଙ୍କ ବୁଝିବା କ୍ଷମତା ବହିର୍ଭୁତ । ଅତ୍ୟନ୍ତ ଦୁଃଖର ବିଷୟ ଏହାକି ଯେଉଁମାନେ ସାମାଜିକ ପରିଚାଳନା ହେତୁ ଅର୍ଥ ଉତ୍ପାଦନ କରିଥା’ନ୍ତି, ସେହିମାନେ ଭ୍ରଷ୍ଟାଚାରୀଙ୍କୁ ସମାଜର ଶୀର୍ଷ କ୍ଷେତ୍ରରେ ଅବସ୍ଥାପନ କରି ସେମାନଙ୍କୁ ପ୍ରଭୁତୁଲ୍ୟ ମାନ୍ୟତା ଦେଇ ସେମାନଙ୍କ ଦ୍ୱାରା ଭ୍ରଷ୍ଟାଚାରରେ ପୀଡିତ ପ୍ରତାରିତ ବ୍ୟବସ୍ଥାକୁ ଅନୁଶୀଳ କରିବା କ୍ଷମତା ବହିର୍ଭୁତ ମଣିଷଙ୍କୁ ସାମାଜିକ ଦାରିଦ୍ର୍ୟ ସୀମାରେଖା ନୀଚରେ ରହିଥିବା ଦର୍ଶାଯାଇ ଥାଏ । ବାସ୍ତବ କ୍ଷେତ୍ରରେ ସେହିମାନେ ନିଶ୍ଚିତ ଭାବେ ଅତ୍ୟନ୍ତ ଧନଶାଳୀ ଯେଉଁମାନେ ସାଧାରଣ ଲୋକଙ୍କୁ ଖାଦ୍ୟ, ବସ୍ତ୍ର ଯୋଗାଇ ଥା’ନ୍ତି । କିନ୍ତୁ ମଧ୍ୟବିତ୍ତ ଏବଂ ଉଚ୍ଚାସନ ଅଭିଷିକ୍ତ ମଣିଷ କେବେ କୌଣସି ବାସ୍ତବବାଦୀ ପ୍ରାକୃତିକ କର୍ମ କରୁନଥିବା ବେଳେ ସେହି ନିମ୍ନରେ ରହିଥିବା ମଣିଷ ମାନଙ୍କୁ ଅଲୌକିକ ଭାବେ ଶିକ୍ଷାର କରାଳତା ସୃଷ୍ଟି କରି ଯେଉଁ କାର୍ଯ୍ୟ କରିଥା’ନ୍ତି ସେଗୁଡିକୁ ନିର୍ବୋଧ ବୁଝି ନପାରି ସେମାନଙ୍କୁ ପ୍ରଭୁତୁଲ୍ୟ ମାନିଥା’ନ୍ତି । ଏହି ଭାବଧାରା ସମାଜରେ ଅନେକ ବର୍ଷ ପୂର୍ବେ ଆରମ୍ଭ ହୋଇ ଅଦ୍ୟାବଧି ଏକ ସାମାଜିକ ନିୟମରେ ପରିଣତ ହୋଇଛି । ସତ୍ୟକୁ ଆଢୁଆଳରେ ରଖି ମିଥ୍ୟାବାଦୀ ଏମିତି ସାମାଜିକ ସ୍ଥିତିରେ ସାଧାରଣ ଲୋକଙ୍କୁ ନିମଜ୍ଜିତ କରି ରଖିଛନ୍ତି ଯେ ସମାଜର ସମସ୍ତ ବର୍ଗର ମଣିଷ ଗୁଡିକ ଅଦ୍ୟାବଧି କେବଳ ମିଥ୍ୟଚାରୀ ଭଳି ଜୀବନ ଧାରଣ କରୁଥିବା ଦେଖିବାକୁ ମିଳୁଛି । ଭ୍ରଷ୍ଟାଚାର କେବଳ ସୀମିତ ବର୍ଗର ମଣିଷଙ୍କ ଦ୍ୱାରା ପରିଚାଳିତ ଏକ ସାମାଜିକ ଗ୍ରହଣୀୟ ପ୍ରଥାରେ ପରିଣତ ଆଜି ସମୟର କରାଳତାର ବ୍ୟାଖ୍ୟା କରିବାକୁ ଗଲେ ଭ୍ରଷ୍ଟାଚାର ବିରୋଦ୍ଧିଙ୍କୁ ଦେଶଦ୍ରୋହୀ ବୋଲି କହିବା ପାଇଁ ମଧ୍ୟ ପଛାଉନାହିଁ ସମାଜ । କି ମର୍ମାହତ ପରିସ୍ଥିତି ଦେଖିବାକୁ ମିଳୁଛି ଆଜି ସମୟରେ, ସମୀକ୍ଷା କରି ଦେଖିବା……. ସତ୍ୟ କେବେ ଲୁଚି ରହେନା ବୋଲି ରହିଥବା କିମ୍ବଦନ୍ତୀ ମଣିଷ ଦ୍ୱାରା ଘୋଷିତ କରାଯାଇଥିବା ବେଳେ ମଣିଷ ହିଁ ସତ୍ୟକୁ ଲୁଚାଇ ରଖି ପାରୁଥିବା ପ୍ରତିଭାବାନ କ୍ଷମତାଶାଳୀ ଭାରତୀୟଙ୍କ ମହାନତାର ଦୃଷ୍ଟିଭଙ୍ଗୀ ଏକ ଭିନ୍ନ ସ୍ତରରେ ଦେଖିବାକୁ ମିଳୁଛି ଆମ ସମାଜରେ । କହିବାକୁ ଗଲେ ସତ୍ୟକୁ ମିଥ୍ୟା ଓ ମିଥ୍ୟକୁ ସତ୍ୟ ସାବ୍ୟସ୍ତ କରି ଜନମାନସରେ ଗ୍ରହଣୀୟତା ସୃଷ୍ଟି କରାଯାଇ ସାମାଜିକ ବ୍ୟବସ୍ଥାରେ ବ୍ୟାପକ ଅମାନବୀୟ ଚରିତ୍ର ପ୍ରବାହ କରାଯାଉଥିବା ଘଟଣାବଳୀ ସମୂହରେ ପ୍ରତ୍ୟକ୍ଷ ଭାଗିଦାରୀତା କରୁଥିବା ସାମ୍ବିଧାନିକ, ନ୍ୟାୟୀକ ବ୍ୟବସ୍ଥା ଆମ ଦେଶରେ ସ୍ୱୟଂ ସମ୍ପର୍ଣ୍ଣା ସର୍ବୋଚ୍ଚ କ୍ଷମତାଧାରୀ କଳର ସ୍ଥାନ ଏକ ଉଲ୍ଲେଖନୀୟ ସ୍ତରରେ ରହିଥିବା ବୁଝି ହୁଏ । ଇତି ମଧ୍ୟରେ ଦେଶକୁ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଠାରୁ ଆରମ୍ଭ କରି ଅତ୍ୟନ୍ତ ସୌଖିନ ଜିନିଷ ହେଉକି ଜୀବନ ରକ୍ଷକ ଔଷଧ ପର୍ଯ୍ୟନ୍ତ ମୂଳ ପ୍ରସ୍ତୁତ ଏବଂ ବ୍ୟାପ୍ତ ବିତରଣ କରିବାରେ ବାସ୍ତବ, ସତ୍ୟ ଉପରେ ଆଧାରିତ କର୍ମ କରୁଥିବା କୃଷକ, ଶ୍ରମିକ ଏବଂ ବହନ ଚାଳକ ସମୁହଙ୍କୁ ସମାଜର ସର୍ବ ନିମ୍ନରେ ସ୍ଥାପନ କରି ଅପ୍ରାକୃତିକ ମନୁଷ୍ୟକୃତ ନିମ୍ନ ଆବଶ୍ୟକ ସାମାଜିକ କର୍ମରେ ଲିପ୍ତ ମଧ୍ୟବର୍ତ୍ତୀ, ଧନଶାଳୀ ମଣିଷ ସମୁହଙ୍କୁ ସାମାଜିକ ଶୀର୍ଷ ସ୍ଥାନିତ କରିବାରେ କେବଳ ସାମ୍ବିଧାନିକ, ନ୍ୟାୟୀକ ବ୍ୟବସ୍ଥା ହିଁ ଆଇନ ପ୍ରଣୟନ କରି ରଖିଥିବା ମର୍ମସ୍ପର୍ଶୀ ବିଷୟର କୌଣସି ବିସ୍ତୃତ ବାସ୍ତବବାଦୀ ସମୀକ୍ଷା ହେଉନାହିଁ । ସାମାଜିକ ସ୍ତରରେ ରହିଥିବା ସମସ୍ତ ଇଂରେଜ ବ୍ୟବସ୍ଥିତ କାର୍ଯ୍ୟାଳୟ ସମେତ ମଧ୍ୟବିତ୍ତ ପରିବାର ଲିପ୍ତ ରହିଥିବା ବ୍ୟବସାୟ ହେଉକି ଉଚ୍ଚ ସ୍ତରରେ ଆର୍ଥିକ ଖେଳ କରି ଲୋକଙ୍କ ଅର୍ଜିତ ଧନକୁ ଲୁଟି ବୋଲାଉଥିବା ଧନୀକ ପରିବାର ଗୁଡିକ ସମାଜରେ ନରହିଲେ ମଧ୍ୟ ସମାଜ ଚଳିବାରେ କୌଣସି ବାଧକତା ରହିବ ନାହିଁ ଯେପର୍ଯ୍ୟନ୍ତ ରାଷ୍ଟ୍ରର କୃଷକ, ଶ୍ରମିକ, ବାହାନ ଚାଳକ ସକ୍ରିୟ ଅଛନ୍ତି । ଅର୍ଥାତ ଗମ୍ଭୀର ଭାବେ ଆଲୋକପାତ କରି ବିଶ୍ଳେଷଣ କଲେ ଜାଣି ହେବ ଯେ କେବଳ ଶ୍ରମିକ ଭଳି କାର୍ଯ୍ୟ କରୁଥିବା କ୍ଷେତ୍ର ସ୍ଥଳର ଶ୍ରମିକ ମାନଙ୍କ ଯୋଗୁହିଁ ସାମାଜିକ ବ୍ୟବସ୍ଥା ଚାଲୁଛି ଯେଉଁମାନେ ପ୍ରକୃତ ଅର୍ଥ ଆଦାୟ କରୁଛନ୍ତି । ସେହିମାନଙ୍କ ଆଦାୟ ଅର୍ଥକୁ ବାଟମାରଣା କରି ଅନୈତିକ ଉପାୟରେ ଅଲୌକିକ ଭାବେ ଅଧିଗ୍ରହଣ କରି ନିଜକୁ ସାମାଜିକ ଉଚ୍ଚ ସ୍ଥାନିତ କରୁଥିବା ସାଧାରଣ ଶିକ୍ଷିତଙ୍କ ଆବଶ୍ୟକତା ଅପେକ୍ଷା ସେମାନଙ୍କ ବ୍ୟାପକ ଆବଶ୍ୟକତା ରହିଥବା ବେଳେ ସେମାନେ ସମାଜର ସବୁଠାରୁ ନିମ୍ନରେ ରହିଥିବା ଏକ ଦୁଃଖଦ ପରିସ୍ଥିତିକୁ କେହି ବୁଝନ୍ତି ନାହିଁ । ବାସ୍ତବ ଆର୍ଥିକ ଆଦାୟ କରି ସମସ୍ତ ମଣିଷଙ୍କ ଜୀବନ ବଞ୍ଚାଉଥିବା କୃଷକ, ଶ୍ରମିକଙ୍କ ଆଦାୟ ଅର୍ଥରୁ କେମିତି ବାଟମାରଣା କରି ସମାଜରେ ଧନୀକ ସମାଜ ସୃଷ୍ଟି ହୋଇଛି ତାହାର ଭରପୁର ଜ୍ଞାନ ସେମାନଙ୍କ ପାଖରେ ନଥିବା ବେଳେ ସେମାନଙ୍କ ଆଦାୟକୁ ହଡପ କରି ନିଜ ଜୀବନ ବଂଚାଉଥିବା ଏବଂ ତାହାଠାରୁ ଶତଗୁଣରେ ଭ୍ରଷ୍ଟାଚାର କରି ଆତ୍ମସାତ କରୁଥିବା ଭ୍ରଷ୍ଟାଚାରୀଙ୍କ କୌଣସି ସମୀକ୍ଷା ନାହିଁ କି ଦଣ୍ଡ ବିଧାନ ବିହୀନ ସମାଜରେ ନିର୍ବୋଧ, ଆଜିବନ ପ୍ରତାରିତ ହୋଇ ରହୁଥବା ଅତ୍ୟନ୍ତ ଦୁଃଖ, କ୍ଷୋଭର ବିଷୟ ପ୍ରତି କାହାର ନଜର ନାହିଁ । ସାଧାରଣ ଅଜ୍ଞାନ, ନିର୍ବୋଧ ନିଜକୁ ଜୀବନ ସାରା ଜାଳି ଜାଳି ସେହି ତଥାକଥିତ ମଧ୍ୟବିତ୍ତ, ଧନୀକ ଶ୍ରେଣୀର ଲୋକଙ୍କ ଝୋଲିରେ ଭିକ୍ଷା ପ୍ରଦାନ କରି ସେମାନଙ୍କୁ ଭିକ୍ଷୁକ ସ୍ତରରେ ରଖି ତାହାର ବିପରୀତେ ନିଜେହିଁ ଭିକାରୀର ପରିଚୟ ସୃଷ୍ଟି କରିଥା’ନ୍ତି କେତେବେଳେ କାହାଠାରୁ କିଞ୍ଚିତ ଦାନ, ସାହାଯ୍ୟ ଆକାରରେ ଗ୍ରହଣ କରି । ସେମାନଙ୍କୁ ସଚେତନ କରାଯିବା କିମ୍ବା ସତ୍ୟକୁ ପ୍ରକଟ କରି ସେମାନଙ୍କ ପ୍ରକୃତ ସାମାଜିକ ସ୍ଥିତି ବିଷୟରେ ଜ୍ଞାତ କରିବା ସମାଜ ସେବକ, ସୁଧାରକ ନାହାନ୍ତି ଆମ ସମାଜରେ । କାରଣ ଏହି ବ୍ରିଟିଶ ବ୍ୟବସ୍ଥାକୁ ବୁଝି ବାସ୍ତବ ସତ୍ୟର ଅନୁଶୀଳନ କରିବା କ୍ଷମତା ବିହୀନ ନିର୍ବୋଧ ସମାଜରେ କେଳେଙ୍କାରୀ ଚତୁରଙ୍କ ଦୌରାତ୍ମ୍ୟ ଯାହା ହେବା କଥା ହୋଇ ଚାଲିଛି, ଚାଲିବ ମଧ୍ୟ ଯେତେବେଳ ପର୍ଯ୍ୟନ୍ତ ସାଧାରଣ ଲୋକେ ନିଜେ ସଚେତନ ହେବା ଶିକ୍ଷା କରି ନାହାନ୍ତି । ଯେତେଦିନ ପର୍ଯ୍ୟନ୍ତ ସେହି ପ୍ରକୃତ ମଣିଷ ସମାଜ ଏହି ଅପ୍ରାକୃତିକ ମଣିଷ ରଚିତ ଶିକ୍ଷିତଙ୍କୁ ଗୁରୁତୁଲ୍ୟ ମାନ୍ୟତା ଦେଇ ଚାଲିଥିବ ସେତେ ଦିନ ପର୍ଯ୍ୟନ୍ତ ବ୍ରିଟିଶ ରାଜ୍ର ଅନ୍ତ ହେବ ନାହିଁ ବରଂ ସେମାନେ ଭ୍ରଷ୍ଟାଚାରୀଙ୍କ ଦ୍ୱାରା ନିଷ୍ପେସିତ ହୋଇ ପ୍ରତାରିତ ହୋଇ ଚାଲିଥିବେ । ତେଣୁ ଏକ ସଭ୍ୟ, ବିକଶିତ ସମାଜର ପରିଚୟ ପ୍ରଦାନ କରି ବିଶ୍ୱ ଦରବାରରେ ଆମର ପ୍ରତିଷ୍ଠା ସ୍ଥାପନ କରିବାକୁ ହେଲେ ପ୍ରଥମେ ସାମାଜିକ କ୍ଷେତ୍ରର କୃଷକ, ଶ୍ରମିକ ସ୍ତରର ଲୋକଙ୍କୁ ସମ୍ମାନ ଦେବା ସହିତ ସାମାଜିକ କୃତିମ କ୍ଷେତ୍ରର ଲୋକଙ୍କୁ ନିର୍ଦ୍ଧିଷ୍ଟ ପରିସୀମା ମଧ୍ୟରେ ପରିଚାଳିତ କରାଗଲେ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇ ରାଷ୍ଟ୍ରର ବିକାଶ ହୋଇ ପାରିବ । ଅଥବା ମଧ୍ୟବର୍ତ୍ତୀ ସୋପାନର ଶିକ୍ଷିତ କର୍ମଚାରୀଙ୍କୁ ବ୍ରିଟିଶ ଦ୍ୱାରା ଦିଆଯାଇଥିବା ମାନ୍ୟତା ଅନୁଯାୟୀ ଅଖଣ୍ଡ କ୍ଷମତା ପ୍ରଦାନ ପୂର୍ବକ ବ୍ୟବସ୍ଥାରେ ସେମାନଙ୍କ ସ୍ୱେଚ୍ଛାଚାରିତା ଭାବ ପୋଷଣ କରି ସାମାଜିକ ଭ୍ରଷ୍ଟାଚାର ଜାରି ରଖିବା ସୁନିଶ୍ଚିତ । ସେଇଥିରେ ଅସନ୍ତୁଳିତ ସାମାଜିକ କର୍ମୀ ତଥା କୃଷକ, ଶ୍ରମିକ ପ୍ରତାରିତ ହୋଇ ରାଷ୍ଟ୍ରର ଅଧୋଗତି ଛଡା କୌଣସି ଉନ୍ନତ୍ତି ସମ୍ଭବ ହେବ ନାହିଁ ବୋଲି ଆମ ବିଚାରରେ ଆପଣଙ୍କ ଅନୁଭବ କ’ଣ…………..??
ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.