ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଜୀବନର ଗତିପଥ,ମତିଗତି ସଦାବେଳେ ସମୟ ଚକ୍ରରେ ପରିବର୍ତ୍ତନ ହୋଇଥାଏ।ଏଥିରୁ ଧରାପୃଷ୍ଠରେ ଯାହା ବିଦ୍ଯମାନ ତାହା ଏଥିରୁ ବାଦ ଯାଏନି।ପ୍ରକୃତିର ଏହା ଲୀଳା ଖେଳା।ଧନୁ ରାଶିକୁ ଛାଡି ମକର ରାଶିରେ ସୂର୍ଯ୍ଯଦେବ ଆଜିଠାରୁ ପ୍ରବେଶ କରିବେ।ଆଜିଠାରୁ ରାତି କମିବା ଆରମ୍ଭ ହୁଏ ଓ ଦିନ ବଢି ଚାଲିବ।ଏହା ହେଉଛି ମାଙ୍ଗଳିକ କାର୍ଯ୍ଯ ଆରମ୍ଭ କରିବାର ପ୍ରକୃଷ୍ଠ କାଳ।ଏଣୁ ମହାକୁମ୍ଭମେଳା ଗଙ୍ଗା ସାଗର ବୁଡ ଆଜିଠାରୁ ଆରମ୍ଭ ହୁଏ।ଗୋରଖନାଥ ପୀଠରେ ଖେଚୁଡି ମେଳା ଆଜି ଆରମ୍ଭ ହୋଇଥାଏ।ସୂର୍ଯ୍ଯନାରାୟଣଙ୍କ ଉପାସନା ମକର ଚାଉଳରୁ କରାଯାଇଥାଏ।ମନ୍ଦିରରେ ନୂତନ ବାନା ବନ୍ଧାଯାଏ।ନୁଆ ଅରୁଆ ଚାଉଳ,ନୁଆ ଗୁଡ, କଦଳୀ,ଘିଅ,କ୍ଷୀର,ଡାଳିମ୍ବ ମଞ୍ଜି,ରେ ମକର ଚାଉଳ ତିଆରି କରାଯାଏ ଓ ସୂର୍ଯ୍ଯଦେବଙ୍କୁ ସମର୍ପଣ କରାଯାଇଥାଏ।ସମସ୍ତ ମନ୍ଦିରରେ ଏହାକୁ ଭୋଗ ଲାଗେ।ଦକ୍ଷିଣ ଭାରତରେ ପଙ୍ଗାଲ,ଉତ୍ତର ଭାରତରେ ଲୋହାର,ଅନ୍ଯାନ୍ଯ ସ୍ଥାନରେ ମକର ସଂକ୍ରାନ୍ତି,ରୂପେ ପାଳନ କରାଯାଏ।ଓଡିଶାର ଉଷ୍ଣ ପ୍ରସବଣ ଅଟ୍ରିଠାରେ ମେଳା ସହ କାଳିଜାଈରେ ପ୍ରବଳ ଭକ୍ତ ସମାଗମ ହୋଇଥାନ୍ତି।ଉତ୍ତାରୟଣ ମହାପର୍ବ କୁମ୍ଭମେଳାର ଅୟଂଆରମ୍ଭ,ଓ ସୂର୍ଯ୍ଯଦେବ ଦକ୍ଷିଣରୁ ଉତ୍ତରାବର୍ତ୍ତୀ ହୋଇଥାନ୍ତି।ଭାଇଚାରା,ସୌହାର୍ଦ୍ଦ୍ଯର ପର୍ବରେ ମକର ପରିଗଣିତ ଓ ଆମ ଗ୍ରାମ୍ଯ,ପଲ୍ଲୀ ଜୀବନରେ ସୁବିସ୍ତୃତ ପ୍ରଭାବ ଦେଖି ଆସିଛେ।ମନ୍ଦିରରେ ମକର ଚାଉଳ ଭୋଗ ଲାଗିବା ପରେ ବଣ୍ଟାଯାଏ।ତାହାକୁ ସାକ୍ଷୀରଖି ପିଲା ଜୀବନରେ ଅନ୍ତରଙ୍ଗ ସାଥୀ ଭାବେ “ମକର” ବସିଥାନ୍ତି।ଯାହା ଜୀବନର ଶେଷ ଯାଏଁ ଏ ମିତ୍ରତା ବଜାଇ ରଖାଯାଇଥାଏ।
ଲେଖକ : ଦାମୋଦର ପାଢ଼ୀ ,ଅବସରପ୍ରାପ୍ତ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ,
ସୁନ୍ଦର ପ୍ରସାରଣ ଓ ଋଚି ପୂର୍ଣ୍ଣ ଦା
ଧନ୍ୟବାଦ