ମତଦାନ ପୂର୍ବରୁ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ପ୍ରଚାର ଲଢେଇ:କିଏ କେମିତି ପ୍ରଚାର କରି ଭୋଟରଙ୍କୁ ଆକର୍ଷିତ କରିବ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମତଦାନ ରହିଲା କେବଳ ୫ ଦିନ ମାତ୍ର । ମତଦାନ ପୂର୍ବରୁ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ପ୍ରଚାର ଲଢେଇ । କିଏ କେମିତି ପ୍ରଚାର କରି ଭୋଟରଙ୍କୁ ଆକର୍ଷିତ କରୁଛନ୍ତି । ସମସ୍ତଙ୍କ ଲକ୍ଷ୍ୟ ରହିଛି ଭୋଟରଙ୍କ ମନକୁ ଜିତିବା ପାଇଁ । ସକାଳୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି ପ୍ରଚାର ସଭା ଓ ରୋଡ଼ସୋ । କେହି କାହାଠାରୁ କର୍ମ ନୁହନ୍ତି । ପରୀକ୍ଷା ଯେତିକି ପାଖେଇ ଆସୁଛି ପ୍ରାର୍ଥୀ ମାନଙ୍କ ମଧ୍ୟରେ ମଧ୍ୟ ସେତିକି ଛନକା ପଶିବା ଆରମ୍ଭ ହୋଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ସବୁଦଳ ପକ୍ଷରୁ ପ୍ରଚାରକୁ ଜୋରସୋର କରାଯାଇଛି । ଏଭଳି ସ୍ଥଳେ ତିନି ପ୍ରମୁଖ ଦଳ ପକ୍ଷରୁ ଭୋଟର ମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ବିଭିନ୍ନ ପ୍ରକାର ନୂଆ ପୁରୁଣା ଗୀତ ଏବେ ପ୍ରଚାରର ମାଧ୍ୟମ ପାଲଟିଛି । ଏହି ନିର୍ବାଚନ ପ୍ରଚାର ଗୀତାରେ କମ୍ପୁଛି ଛତ୍ରପୁର ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠି ଶୁଣିବାକୁ ମିଳୁଛି ଏହି ଗୀତ । ଶୁକ୍ରବାର ଛତ୍ରପୁର ବିଜେଡି ବିଧାୟକ ପ୍ରାର୍ଥୀ ସୁବାଷ ଚନ୍ଦ୍ର ବେହେରା ଓ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କ ପାଇଁ ସ୍ଥାନୀୟ ଦୁଇ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧରୀ ଓ ଆଦିକନ୍ଦ ସେଠି ଶତାଧିକ ସମର୍ଥକଙ୍କ ସହ ଜୋରଦାର ପ୍ରଚାର କରୁଥିବା ବେଳେ ବିଜେଡିର ବିଧାୟକ ଡ଼ଃ. ପ୍ରିୟାଂଶୁ ପ୍ରଧାନ ଓ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡାଙ୍କୁ ଏହି ପ୍ରଚାରରେ ସାମିଲ ହୋଇନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଛତ୍ରପୁରର ସହରର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା