ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଓଡିଶା ପରମ୍ପାରିକ ମତ୍ସ୍ୟକର୍ମୀ ୟୁନିୟନର କର୍ମକର୍ତ୍ତା ଓ ପ୍ରସାଶନର ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ମତ୍ସ୍ୟଜୀବୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଓଡିଶା ପରମ୍ପାରିକ ମତ୍ସ୍ୟକର୍ମୀ ୟୁନିୟନ ପକ୍ଷରୁ ୧୧ ଦଫା ଦାବୀ ଦିଆଯାଇଥିବା ବେଳେ ଏନେଇ ରାଜ୍ୟ ସଚ୍ଚିବାଳୟ ଠାରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମୁଖ୍ୟ ଶାସନ ସଚିବ ଗଗନ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୬ ତାରିଖ ଦିନ ଓଡିଶା ପରମ୍ପାରିକ ମତ୍ସ୍ୟକର୍ମୀ ୟୁନିୟନର କର୍ମକର୍ତ୍ତା ଓ ପ୍ରସାଶନର ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମତ୍ସ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ଗଗନ କୁମାର ବିଶ୍ୱାଳ ଦାବୀ ଗୁଡିକ ଉପରେ ଆଲୋଚନା କରିଥିଲେ । କଇଁଚ ସୁରକ୍ଷା ଆଳରେ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ୭ହଜାର ୫୦୦ ଟଙ୍କା ବଦଳରେ ୧୦ ହଜାର ଟଙ୍କା ମିଳିବ ବୋଲି ସେ କହିଥିଲେ । ଏହାସହ ସଂଚୟ ଓ ସାହାର୍ଯ୍ୟ ଯୋଜନ ୨୦୧୬-୧୭ ମସିହାର ବକେୟା ଥିବା ଅର୍ଥ ଅତିଶ୍ରୀଘ୍ର ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇବା ସହ ଏହି ଯୋଜନାରେ ମହିଳାମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦେଇ ସମସ୍ତ ମତ୍ସ୍ୟଜୀବୀଙ୍କୁ ଲାଇଫ ଜାକେଟ ପ୍ରଦାନ କରାଯିବ, ମାଛ ବ୍ୟବସାୟ କରୁଥିବା ମହିଳାମାନଙ୍କ ନିମନ୍ତେ ଥିବା ହାଟ ଓ ମାଛ ବଜାରର ଆଧୁନିକିକରଣ କରାଯିବ, ଗଞ୍ଜାମ ଜିଲ୍ଲାରେ ହୁମ୍ମା ହାଟ, ଅସ୍ତରଙ୍ଗ ଏବଂ ଅନ୍ୟାନ୍ୟ ମତ୍ସ୍ୟ ହାଟ ଗୁଡିକର ଉନ୍ନତି କରାଯିବ ବୋଲି କହିବା ସହ ଅନ୍ୟାନ୍ୟ ଦାବୀ ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ ସାମୁଦ୍ରିକ ଇଂଜିନିୟର ଜେଟ ନିର୍ମାଣ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସମେତ ଓଡିଶା ପାରମ୍ପାରିକ ମତ୍ସ୍ୟକର୍ମୀ ୟୁନିୟନର ସଭାପତି ପ୍ରସନ୍ନ କୁମାର ବେହେରା, ସାଧାରଣ ସମ୍ପାଦକ କେ.ଏଲେୟା, ପୁରୀ ଜିଲ୍ଲାର ସଭାପତି ଏ.ଗଣେଶ ରାଓଙ୍କ ସମେତ ୬ ଜିଲାର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା