

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମରେ ଓଡିଶା ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାର ପ୍ରାୟ ୧୦ଗୋଟି ପ୍ରକଳ୍ପ ଯଥା କୋଠଘର, ବଜାର ଗୃହ, ଯାତ୍ରୀ ବିଶ୍ରାମାଗର ଇତ୍ୟାଦିର ଉଦଘାଟନ ହୋଇଛି । ଏହା ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା କରାଯାଇଛି । ଏହି କାର୍ଯ୍ୟକ୍ରମ ପରେ ପୋଲସରା ବିଧାୟକ ମଥୁରା ଶିବ ମନ୍ଦିର ପରିସରରେ ବିଜୁ ଜନତା ଦଳର ମଥୁରା ପଞ୍ଚାୟତସ୍ତରୀୟ ୱାର୍ଡ କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ଅଧକ୍ଷ, ଉପାଦକ୍ଷା, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ତଥା ଗ୍ରାମବାସୀ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

