ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ୫୦୩ ପଞ୍ଚାୟତରେ ମଧୁବାବୁ ଆଇନ ସହାୟତା ଯୋଗାଇ ଦେବା ପାଇଁ ଆଇନଜୀବୀ ମାନଙ୍କୁ ନିଯୁକ୍ତି ଦେବା ଦାବିରେ ଆଜି ଛତ୍ରପୁର ଓକିଲ ସଂଘର ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ, ଉପସଭାପତି ଡ଼ମିନାଥ ସାହୁ, ସମ୍ପାଦକ ଏଲ୍. ଗୋପାଳ ରାଓ, ଲାଇବ୍ରେରୀ ଓ ସେମିନାର୍ ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ, ପୂର୍ବତନ ସଭାପତି କେ. ଶିବରାମ ରେଡ୍ଡି, ସଞ୍ଜୟ ବେହେରା, ଶିବ ସାହୁ, ସନ୍ତୋଷ କୁମାର ପଶୁପାଳକ, ଲକ୍ଷ୍ମୀନାରାୟଣ ଶତପଥି, ରାମକୃଷ୍ଣ ଦାସଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା