ମଧୁବାବୁଙ୍କ ୮୮ତମ ଶ୍ରାଦ୍ଧ ଦିବସରେ ଜଳେଶ୍ୱରରେ ଶ୍ରଦ୍ଧାଞ୍ଜଳି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଉତ୍କଳ କୂଳବୁଦ୍ଧ ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୮ତମ ଶ୍ରାଦ୍ଧଦିବସ ଅବସରରେ ଜଳେଶ୍ୱର ପୁରୁଣା କୋର୍ଟ ନିକଟରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଜଳେଶ୍ୱରର ବୁଦ୍ଧିଜିବୀମାନେ ଏକତ୍ରୀତ ହୋଇ ଓଡିଆ ଜାତିର ସ୍ୱାଭିମାନ ବୃଦ୍ଧି ଓ ରାଜ୍ୟର ସବୁଥିରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ମଧୁବାବୁଙ୍କ ଆଦର୍ଶ ଓ କର୍ତ୍ତବ୍ୟକୁ ପାଥେୟ କରିବା ଉଚିତ୍ ବୋଲି ବକ୍ତାମାନେ କହିଥିଲେ । ଦୀନକୃଷ୍ଣ ସ୍ମୃତିପରିଷଦର ପ୍ରତିଷ୍ଠାତା ସଂପାଦକ ବିପିନ ବିହାରୀ ବିଶ୍ୱାଳ ଏଥିରେ ଅଧ୍ୟକ୍ଷତା କରି ମଧୁବାବୁଙ୍କ ଜୀବନୀ ଓଡିଆ ଜାତିର ଅର୍ଦ୍ଧଶତାବ୍ଦିର ଇତିହାସ ବୋଲି କହୁଯାଏ । ମୁଖ୍ୟ ଅତିଥି ଭାବେ ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର ରାଜ୍ୟର ଉତ୍ତର ସୀମା ଆଜିବି ବିପଦଗ୍ରସ୍ତ ଏବଂ ଉପାନ୍ତ ଅଂଚଳରେ ଆଜିବି ଭାଷା ସୁରକ୍ଷାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ରମାକାନ୍ତ ଭଂଜ, ଜିତାରାମ ଦେ, ସତ୍ୟସୁନ୍ଦର ଦାସ, ଡ. ଲଳିତ ରଂଜନ ସେନାପତି, ଅରୁଣ ବେଜ, କମଳ ଚକ୍ରବର୍ତ୍ତୀ, ଉତ୍କଳ ସମ୍ମଳିନୀର ସଂପାଦକ ସୁନୀଲ ନାୟକ, ଡ. ଅଜିତ୍ ମହାନ୍ତି, କୁଞ୍ଜବିହାରୀ ଦାସ, ଚନ୍ଦ୍ର ମୋହନ ରାଉଳ, ମନୋରଂଜନ ଦାସ, ହେମନ୍ତ ଗିରି, ସବ୍ୟସାଚି ଦାସ, ସୁକୁମାର ରଣା, ଅବନୀ ଚାନ୍ଦ ପ୍ରମୁଖ ବହୁ ବୁଦ୍ଧିଜୀବି ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଭୂପତି ପରିଡା