

ଭୁବନେଶ୍ୱର(ସମୃଦ୍ଧଓଡିଶା )ଯେତେ ଯାହା କାମ ଥାଉ ପ୍ରଥମେ ମୋ ଲୋକ କେମିତି ଦେଖିବାକୁ ହେବ କାହିଁକି ନା ମୋ ଲୋକଙ୍କ ପାଇଁ ମୂଁ ମୋ ପାଇଁ ମୋ ଲୋକମାନେ ରହିଛନ୍ତି । ୨ ଜଣ ମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଆସି ପହଞ୍ଚି ଯାଇଛନ୍ତି ଓଡ଼ିଶାରେ । ସେ କଟକ ମେଡିକାଲକୁ ସିଧା ଯାଇ ଚିକିତ୍ସିତ ହେଉଥିବା ବାହାନଗା ଟ୍ରେନ ଟ୍ରେଜେଡିରେ ଆହତ ଯାତ୍ରୀମାନଙ୍କ ସୁବିଧା ଅସୁବିଧା ବୁଝୁଥିବା ବେଳେ ତାଙ୍କ ଦୁଇ ମନ୍ତ୍ରୀ ଏମସ ଯାଇ ଆହତ ମାନଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି । ମମତା ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆମେ ଶହେ ଆମ୍ବୁଲାନ୍ସ ପଠାଇ ସାରିଲୁଣି ଏବଂ ହାୱଡା ଏ ଡି ଏମ ଙ୍କ ସହ ଆମର ଚାଳିଶି ଅଫିସର ଏଠାରେ ଜଗି ରହିଛନ୍ତି । ଓଡିଶା ସରକାର ଭଲ ସାହାଯ୍ୟ ସହଯୋଗ କରୁଛନ୍ତି । ମୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ବୋଲି ସେ କହିଛନ୍ତି ।